ମୁମ୍ବାଇ () ବିବାଦୀୟ ଟିପ୍ପଣୀ ଦେଇ ଚର୍ଚ୍ଚାକୁ ଆସିଥିବା ବଲିଉଡ୍ ନିର୍ଦ୍ଦେଶିକା ତଥା ପ୍ରଯୋଜିକା ଫରହା ଖାଁ ଶୁକ୍ରବାର କ୍ଷମା ପ୍ରାର୍ଥନା କରିଛନ୍ତି।
ସେ ସବୁ ଧର୍ମକୁ ସମ୍ମାନ କରନ୍ତି ବୋଲି କହିବା ସହ ଏକ ଟେଲିଭିଜନ କାର୍ୟ୍ୟକ୍ରମ ମାଧ୍ୟମରେ କ୍ଷମା ପ୍ରାର୍ଥନା କରିଛନ୍ତି।
ସୂଚନା ଅନୁସାରେ, ଗୁରୁବାର ବଲିଉଡ୍ ନାୟିକା ରବିନା ଟଣ୍ଡନ, କମେଡିଆନ୍ ଭାରତି ସିଂ ଓ ଫରହାଙ୍କ ନାଁରେ ଅଜନାଲା(ଅମୃତସର) ଡିଏସ୍ପି ସୋହନ ସିଂ ଏମାନଙ୍କ ବିରୋଧରେ ଏକ ଅଭିଯୋଗ ପାଇଥିଲେ। ଟେଲିଭିଜନ ଶୋ’ ମାଧ୍ୟମରେ ସେ ଖ୍ରୀଷ୍ଟଧର୍ମୀଙ୍କ ଧର୍ମୀୟ ଭାବନାରେ ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଥିଲା।