Odia News Portal

ମନ୍ଦାର ଫୁଲରେ ରହିଛି ଏହି ସବୁ ଚମତ୍କାର ଗୁଣ

ଭୁବନେଶ୍ବର : ଆମ ଆଖପାଖରେ ଏମିତି ଅନେକ ଫୁଲ ଫୁଟିଥାଏ, ଯାହାର ଥାଏ ବହୁ ଔଷଧୀୟ ଗୁଣ। ଖୁବ୍‌ ଅଳ୍ପ ଲୋକ ଜାଣି ଥାଆନ୍ତି କି ଫୁଲରେ ବି ଏଭଳି ଚମତ୍କାର ଗୁଣ ରହିଛି। ଏଭଳି ଔଷଧୀୟ ଗୁଣରେ ଭରପୂର ଥିବା ଫୁଲମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ମନ୍ଦାର ।
ମନ୍ଦାର ଫୁଲର ଚେରକୁ ଚୋବାଇବା ଦ୍ଵାରା ପାଟିରେ ହୋଇଥିବା ଘା’ ଭଲ ହୋଇଯାଇଥାଏ। ଏହାକୁ ଧବଳଛଉ ରୋଗ ପାଇଁ ମଧ୍ୟ ପ୍ରୟୋଗ କରାଯାଇପାରେ। କେବଳ ଏତିକି ନୁହେଁ, ଉଚ୍ଚ ରକ୍ତଚାପକୁ ଠିକ୍‌ କରିବା ପାଇଁ ବି ଏହାର ପ୍ରୟୋଗ କରାଯାଇଥାଏ। ଆମ ଆଖପାଖରେ ଏମିତି ଅନେକ ଫୁଲ ଫୁଟିଥାଏ, ଯାହାର ଥାଏ ବହୁ ଔଷଧୀୟ ଗୁଣ। ଖୁବ୍‌ ଅଳ୍ପ ଲୋକ ଜାଣି ଥାଆନ୍ତି କି ଫୁଲରେ ବି ଏଭଳି ଚମତ୍କାର ଗୁଣ ରହିଛି। ଏଭଳି ଔଷଧୀୟ ଗୁଣରେ ଭରପୂର ଥିବା ଫୁଲମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ମନ୍ଦାର ।
ମନ୍ଦାର ଫୁଲର ଚେରକୁ ଚୋବାଇବା ଦ୍ଵାରା ପାଟିରେ ହୋଇଥିବା ଘା’ ଭଲ ହୋଇଯାଇଥାଏ। ଏହାକୁ ଧବଳଛଉ ରୋଗ ପାଇଁ ମଧ୍ୟ ପ୍ରୟୋଗ କରାଯାଇପାରେ। କେବଳ ଏତିକି ନୁହେଁ, ଉଚ୍ଚ ରକ୍ତଚାପକୁ ଠିକ୍‌ କରିବା ପାଇଁ ବି ଏହାର ପ୍ରୟୋଗ କରାଯାଇଥାଏ। ଏହି ଫୁଲର ଚା’ ଏବଂ ସର୍ବତ ମଧ୍ୟ ପ୍ରସ୍ତୁତ କରି ଆପଣ ପିଇ ପାରିବେ। ଏହାର ସର୍ବତ ପ୍ରତିଦିନ ପାନ କରିବା ଦ୍ଵାରା ଶରୀର ଥଣ୍ଡା ରହିଥାଏ ଏବଂ ଜ୍ୱର, ନାକରୁ ରକ୍ତ ବୋହିବା, ମୁଣ୍ଡବ୍ୟଥା ଓ ଯାଦୁ ଆଦି ରୋଗକୁ ଦୂର କରିଥାଏ। ଏଥିସହିତ ହୃଦୟ ଏବଂ ମସ୍ତିଷ୍କକୁ ଶକ୍ତି ପ୍ରଦାନ କରିଥାଏ।
ମନ୍ଦାର ଫୁଲ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟକ ହୋଇଥାଏ। ଏହାର ରସ ଶରୀରରେ ଥିବା ଅତ୍ୟଧିକ କୋଲେଷ୍ଟ୍ରୋଲକୁ କମାଇବାରେ ମଧ୍ୟ ରାମବାଣ ଭଳି କାମ କରିଥାଏ।