ଭୁବନେଶ୍ୱର() ମୟୁରଭଂଜ ଜିଲ୍ଲାର ସଦର ମହକୁମା ବାରିପଦା ନିକଟସ୍ଥ ବାଙ୍କୀ ଶୋଳ ଠାରେ ଭୁବନେଶ୍ୱର ଭଳି କିସର ଏକ ଆବସିକ ଜନଜାତି ବିଦ୍ୟାଳୟ ଏବଂ ଜିଲ୍ଲାବାସୀଙ୍କ ପାଇଁ ୫୦ ଶଯ୍ୟା ବଶିଷ୍ଟ ଏକ ଡାକ୍ତରଖାନା ବୁଧବାର ଦିନ ଉଦଘାଟିତ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଆନୁÂାନିକ ଭାବେ ୮ ତାରିକ ତଥା ବୁଧବାର ଉଦଘାଟନ କରିବେ । ଆଦାମୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଏସ ଆଦାନି, ଆଦାନୀ ଫାଉଡେସନର ଚେୟାର ପର୍ସନ ଡ. ପ୍ରୀତି, ଜି ଆଦାନୀ ଏସ. ଇ ଜେଡର ମୁଖ୍ୟ ପରିଚାଳନା ଅଧିକାରୀ କରଣ ଗୌତମ ଆଦାନୀ ଏବଂ କିସ ଓ କିଟର ପ୍ରତିÂାତା ଡ. ଅଚ୍ୟୁତ ସାମନ୍ତ ଏହି ଉତ୍ସବରେ ଉପସ୍ଥିତ ରହିବେ । ଏହି ଅନୁÂାନ ନାମ ଆଦାନୀ –କିସ ରଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ଏଠାରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଜିଲ୍ଲାର ୧୫୦୦ ଗରିବ ଜନଜାତି ଛାତ୍ରଛାତ୍ରୀ ମାଗଣାରେ ପାଠ ପଢିବେ । ଏହି ଅନୁÂାନ ପାଇଁ ଡ. ଅଚ୍ୟୁତ ସାମନ୍ତ ଉଦ୍ୟମକୁ ମୟୁରଭଂଜ ଜିଲ୍ଲାରୁ ପ୍ରଶଂସା ଓ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି ।