ଭୁବନେଶ୍ଵର() ଏଣିକି ବସ୍ କଣ୍ଡକ୍ଟରଙ୍କୁ ଅନଲାଇନରେ ମିଳିବ ଲାଇସେନ୍ସ। ସ୍ମାର୍ଟ ହେବେ କଣ୍ଡକ୍ଟର। ତାସହ ଲାଇସେନ୍ସ ପାଇଁ ସେମାନଙ୍କୁ ଆଚାର ବ୍ୟବହାର ସମ୍ପର୍କିତ ଏକ ଲିଖିତ ପରୀକ୍ଷା ମଧ୍ୟ ଦେବାକୁ ପଡିବ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କଣ୍ଡକ୍ଟରଙ୍କୁ ମିଳିବ ଲାଇସେନ୍ସ। ରାଜ୍ୟ ପରିବହନ ଓ ବାଣିଜ୍ୟ ବିଭାଗର କମିଶନର ସଞ୍ଜିବ ପଣ୍ଡା ଏନେଇ ସୂଚନା ଦେଇଛନ୍ତି। ବରମୁଣ୍ଡା ବସଷ୍ଟାଣ୍ଡରେ ସଡ଼କ ସୁରକ୍ଷା ସପ୍ତାହ ଉପଲକ୍ଷେ ଆୟୋଜିତ କାର୍ୟ୍ୟକ୍ରମରେ କମିଶନର ଏହି ଘୋଷଣା କରିଛନ୍ତି ।