ମୁମ୍ବାଇ() ଆଜି ନୀଲ୍ ନୀତିନ୍ ମୁକେଶଙ୍କ ଜନ୍ମଦିନ । ୩୮ ବର୍ଷରେ ପଦାର୍ପଣ କରିଛନ୍ତି ନୀଲ୍ । ୧୯୮୨ ଜାନୁୟାରୀ ୧୫ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ନୀଲଙ୍କ ସହିତ ସୋନମ୍ ଚୌହ୍ବାନଙ୍କର ପ୍ରେମ ସମ୍ପର୍କ ନେଇ ବଲିଉଡ୍ ବେଶ୍ ଚର୍ଚ୍ଚା ହୋଇଥିଲା।
ନୀଲ୍ ୩-ଜି ଫିଲ୍ମରେ ସୋନମ୍ ସହିତ ସ୍କ୍ରିନ୍ ଶେୟାର କରିଥିଲେ। ଏହି ଫିଲ୍ମରେ ଉଭୟଙ୍କର ୩୦ଟି କିସିଂ ସିନ୍ ଥିଲା। ଏହାକୁ ନେଇ ଫିଲ୍ମଟି ବେଶ୍ ଚର୍ଚ୍ଚାରେ ରହିଥିଲା। ଦର୍ଶକ କେବଳ ଏହି କିସିଂ ସିନ୍ ପାଇଁ ହଲ୍କୁ ଯାଉଥିବା କୁହାଯାଇଥିଲା।