ଭୁବନେଶ୍ୱର () ସମ୍ପୁର୍ଣ୍ଣ ଦେଶରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଥିବାବେଳେ, ମାଗଣା ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଯୋଗାଇଆସୁଥିବା ୧୦୮ ଏବଂ ୧୦୨ର ପରିଚାଳନା ସଂସ୍ଥା, ଜିକିସôା ହେଲଥ କେୟାର ଲିଃ. ପକ୍ଷରୁ ସ୍ଥାନୀୟ ରାମ ମନ୍ଦିର ଛକଠାରେ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଆୟୋଜିତ କରାଯାଇଛି । ଉକ୍ତ ଅଭିଯାନରେ ଜିକିସôା ପ୍ରାଇଭେଟ୍ ଲିଃ.ର କର୍ମଚାରୀମାନେ ପଥଚାରୀଙ୍କୁ ସଡ଼କ ସୁରକ୍ଷା ନିମନ୍ତେ ସଚେତନତାର ବାର୍ତ୍ତା ପ୍ରଦାନ କରିଛନ୍ତି । ଏହି କାର୍ୟ୍ୟକ୍ରମରେ କମ୍ପାନୀର ଜଣେ କର୍ମକର୍ତ୍ତା ଯମରାଜଙ୍କ ବେଶ ଧାରଣକରି ସଡ଼କ ସୁରକ୍ଷା ସତର୍କତା ଅବଲମ୍ବନ ନକଲେ ସମ୍ମୁଖିନ ହେବାକୁଥିବା ବିଭିନ୍ନ ଅସୁବିଧା ସମ୍ପର୍କରେ ସଚେତନ କରିଛନ୍ତି ।
ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଜିକିସôା ହେଲଥ କେୟାର ଲିମିଟେଡର ଓଡିଶା ମୁଖ୍ୟ, ଶ୍ରୀଯୁକ୍ତ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି ଯେ, “ବିଗତ କିଛି ବର୍ଷର ଆକଳନରୁ ଜଣାଯାଇଛିଯେ, ଦେଶରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁହାର କ୍ରମଶଃ ବଢିବାରେ ଲାଗିଛି ଏବଂ ଏହି ମୃତୁ୍ୟ ସଂଖ୍ୟାରେ ସର୍ବାଧିକ ୧୮-୩୫ ବର୍ଷର ବ୍ୟକ୍ତି ବିଶେଷ ଅନ୍ତର୍ଭୂକ୍ତ । ଯାହାକୁନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି । ସଡ଼କ ଦୁର୍ଘଟଣାକୁ ଅନେକ ମାତ୍ରାରେ ପ୍ରତିହିତ କରିବା ପାଇଁ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଗୁଡ଼ିକ ବାସ୍ତବରେ ସ୍ୱାଗତଯୋଗ୍ୟ । ଏହିସବୁ ଦୁର୍ଘଟଣା ପାଇଁ ବେପରୁଆ ଗାଡ଼ି ଚାଳନା, ଖରାପ ରାସ୍ଥା ଅବସ୍ଥା ଏବଂ ବିଶେଷକରି ମାଦକ ଦ୍ରବ୍ୟ ସେବନକରି ଗାଡ଼ି ଚାଳନା କରିବା ହେଉଛି ପ୍ରମୁଖ କାରଣ ।
ଏହା ଫଳରେ ଅନେକ ମୁଲ୍ୟବାନ ଜୀବନ ଦୀପ ଅକାଳରେ ଲିଭିଯିବା ସହିତ ବହୁ ମୁଲ୍ୟବାନ ଧନ ସମ୍ପତି ମଧ୍ୟ ନଷ୍ଟ ହେଉଛି । ଶ୍ରୀଯୁକ୍ତ ବିଶ୍ୱାଳ ଆହୁରୀ ମଧ୍ୟ କହିଛନ୍ତିଯେ, ଌକ୍ତଙ୍କକ୍ଟଗ୍ଧ;ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ମାଗଣା ଜରୁରୀକାଳୀନ ସେବା ଯୋଗାଇ ଆସୁଥିବା ୧୦୮ ଏବଂ ୧୦୨କୁ ପରିଚାଳନା କରୁଥିବା ସଂସ୍ଥା ଜିକିସôା ହେଲଥ କେୟାର ମଧ୍ୟ ଉକ୍ତ ଅଭିଯାନରେ ସାମିଲ ହୋଇଛି । ଏକ ଦାୟିତ୍ୱସମ୍ପର୍ଣ୍ଣ ତଥା ଆପାତ୍ତକାଳୀନ ସେବା ଯୋଗାଇଆସୁଥିବା ଜିକିସôା ହେଲଥ କେୟାର ଦୁର୍ଘଟଣାଗ୍ରସ୍ଥ ବ୍ୟକ୍ତିଙ୍କୁ ଯଥାସମ୍ଭବ ପ୍ରାଥମିକ ଚିକିସôା ସେବା ସହିତ ଯଥାଶୀଘ୍ର ଡ଼ାକ୍ତରଖାନାରେ ପହଞ୍ଚାଇବା ପାଇଁ ସର୍ବଦା ପ୍ରତିଶୃତିବଦ୍ଧ ।
ସମ୍ପ୍ରତି ଦେଶ ତଥା ଆମ ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁହାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଏହି ମୃତ୍ୟୁସଂଖ୍ୟା ମଧ୍ୟରେ ଅଧିକାଂଶ ଯୁବଗୋÂୀ ଅନ୍ତର୍ଭୂକ୍ତ । ବେପରୁଆ ଗାଡ଼ି ଚାଳନା, ଟ୍ରାଫିକ ନିୟମ ଉଲଘଂନ, ଗାଡ଼ି ଚାଳନା ସମୟରେ ମୋବାଇଲରେ କଥାହେବା ତଥା ମାଦକ ଦ୍ରବ୍ୟ ସେବନକରି ଗାଡ଼ି ଚାଳନା ଇତ୍ୟାଦି ଦୁର୍ଘଟଣାର କାରଣ ସାଜିଥାଏ । ଯାହାଫଳରେ ଅନେକ ଧନ ଜୀବନ ନଷ୍ଟ ହେବା ସହିତ କାହିଁ କେତେ ପରିବାରର ରୋଜଗାରର ଉସô ମଧ୍ୟ ବନ୍ଦ ହୋଇଯାଇଥାଏ । ତେଣୁ ସଡ଼କ ଦୁର୍ଘଟଣାକୁ ଏଡ଼ାଇବା ତଥା ଲୋକମାନଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ବାଣ୍ଟିବା ପାଇଁ ସରକାରଙ୍କ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଛି ।