ମୁମ୍ବାଇ() ଟେଲିଭିଜନ ଜଗତର ଚର୍ଚ୍ଚିତ ଅଭିନେତ୍ରୀ ସେଜଲ୍ ଶର୍ମା ଗତକାଲି ମୁମ୍ବାଇର ମୀରା ରୋଡ ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଛନ୍ତି। ସେଜଲଙ୍କୁ ଷ୍ଟାର ପ୍ଲସର ‘ଦିଲ ତୋ ହାପ୍ପି ହେ ଜୀ’ରୁ ବିଶେଷ ପରିଚୟ ମିଳିଥିଲା। ପୋଲିସ୍ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ୍ ମିଳିଥିବାର ସୂଚନା ଦେଇଛି।
ସେ ଅମିର ଖାନଙ୍କ ସହ ଭିଭୋ ମୋବାଇଲ୍ ଫୋନର ବିଜ୍ଞାପନରେ ମଧ୍ୟ କାମ କରିଛନ୍ତି। ରାଜସ୍ଥାନର ମୂଳ ବାସିନ୍ଦା ସେଜଲ୍ ନିଜ ବାପା ମାଆଙ୍କ ବିରୋଧ ସତ୍ବେ ୩ବର୍ଷ ତଳେ ମୁମ୍ବାଇ ଆସିଥିଲେ।
ସେଜଲ୍ ତାଙ୍କ ବ୍ୟକ୍ତିଗତ ଜୀବନରେ ଅବସାଦଗ୍ରସ୍ତ ରହୁଥିଲେ। ଗୁରୁବାର ବିଳମ୍ବିତ ରାତିଯାଏଁ ସେ ତାଙ୍କ ବନ୍ଧୁଙ୍କ ସହ କଥା ହୋଇଥିଲେ। କିନ୍ତୁ କ’ଣ ପାଇଁ ସେ ଆତ୍ମହତ୍ୟା କରିଥିଲେ ଏବିଷୟରେ କୌଣସି ସୂଚନା ମିଳିନାହିଁ।
ସେ ବ୍ୟକ୍ତିଗତ କାରଣ ଯୋଗୁଁ ସୁଇସାଇଡ କରିଛନ୍ତି ବୋଲି ନୋଟରେ ଲେଖିଥିବା ପୋଲିସ୍ ସୂଚନା ଦେଇଛି।