Odia News Portal

ଆଜି ହିଁ ପ୍ରସ୍ତୁତ କରନ୍ତୁ କଡ୍ ରାଇସ୍

ଭୁବନେଶ୍ଵର : ଦକ୍ଷିଣ ଭାରତରେ କଡ ରାଇସକୁ ବେଶ୍ ପସନ୍ଦ କରନ୍ତି। ବିଶେଷ କରି ବ୍ରାହ୍ମଣ ଲୋକମାନେ ଏହାକୁ ଖୁବ୍ ପସନ୍ଦ କରନ୍ତି। ଏହା ଶରୀରକୁ ସୁସ୍ଥ ରଖିବା ସହ ଥଣ୍ଡା ରଖେ। ଖଟା ଏବଂ ରାଗ ଖାଇବାକୁ ପସନ୍ଦ କରୁଥିବା ଲୋକମାନଙ୍କୁ କଡ ରାଇସ୍ ଭଲ ଲାଗିବ। ତେଣୁ ଆଜି ହିଁ ପ୍ରସ୍ତୁତ କରନ୍ତୁ କଡ ରାଇସ୍।
ଆବଶ୍ୟକୀୟ ସାମଗ୍ରୀ- ଶ୍ଚ କପ୍ ଭାତ, ୨ କପ୍ ତାଜା ଦହି, ୧ ଟେବୁଲ ସ୍ପୁନ ତେଲ, ୧ ଟିସ୍ପୁନ ଶୋରିଷ, ୧ ଟିସ୍ପୁନ ଜିରା, ୨ଟି କଞ୍ଚାଲଙ୍କା, ଭୁରୁସୁଙ୍ଗାପତ୍ର, ହେଙ୍ଗୁ, ଲୁଣ ସ୍ଵାଦଅନୁସାରେ, କଟା ଧନିଆ।
ବିଧି- ଭାତ ଏବଂ ଦହିକୁ ଏକ ପାତ୍ରରେ ରଖି ଭଲ ଭାବରେ ମିଶାଇ ଦିଅନ୍ତୁ। ଏବେ କଢେଇରେ ତେଲ ଗରମ କରନ୍ତୁ। ଏଥିରେ ଶୋରିଷ, କଞ୍ଚାଲଙ୍କା, ଜିରା, ହେଙ୍ଗୁ ଓ ଭୁରୁସୁଙ୍ଗାପତ୍ର ପକାନ୍ତୁ। ଏମିନିଟ୍ ସବୁ ମସଲାକୁ ଭାଜି ଦିଅନ୍ତୁ। ଏବେ ଦହି ଭାତକୁ ଏଥିରେ ଢାଳି ଦିଅନ୍ତୁ। ଉପରେ ଧନିଆପତ୍ର ପକାନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କର କଡ ରାଇସ୍ ବା ଦହି ଭାତ। ନିଜେ ଆଖାନ୍ତୁ ଏବଂ ନିଜ ପ୍ରୟଜନଙ୍କୁ ଖୁଆନ୍ତୁ।