Odia News Portal

ଏଣିକି ପ୍ରତିଦିନ ଦୁଇ ଥର ପ୍ରାର୍ଥନା

ଭୁବନେଶ୍ୱର()  ଏଣିକି ପ୍ରତିଦିନ ବିଦ୍ୟାଳୟରେ ଦୁଇ ଥର ପ୍ରାର୍ଥନା କରାଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏବେ ସକାଳ ୧୦ଟାରେ ଛାତ୍ରଛାତ୍ରୀ ବିଦ୍ୟାଳୟରେ ପହଞ୍ଚିବା ପରେ ପ୍ରାର୍ଥନା କରୁଛନ୍ତି। ତେବେ ଗୁରୁବାରଠାରୁ ଅପରାହ୍ନ ୪ଟାରେ ସ୍କୁଲ ଛୁଟି ସମୟରେ ବି ଛାତ୍ରଛାତ୍ରୀଙ୍କର ପାର୍ଥନା କରାଯିବ। ପ୍ରାରମ୍ଭିକ ଭାବେ ଭୁବନେଶ୍ବରରେ ଏହାକୁ ଲାଗୁ କରାଯାଉଛି। ସଫଳତା ମିଳିବା ପରେ ସାରା ରାଜ୍ୟରେ ଲାଗୁ କରାଯିବ।