Odia News Portal

‘ଥପ୍ପଡ’, ଫିଲ୍ମ ରିଲିଜ ପୂର୍ବରୁ ମିଳିଲା ଏହି ଅଫର

ବଲିଉଡ ଅଭିନେତ୍ରୀ ତାପସୀ ପାନ୍ନୁଙ୍କ ଫ୍ୟାନମାନଙ୍କ ପାଇଁ ଖୁସି ଖବର। ତାପସୀଙ୍କ ଆଗାମୀ ଫିଲ୍ମ ‘ଥପ୍ପଡ’କୁ ମଧ୍ୟପ୍ରଦେଶ ସରକାର ତିନି ମାସ ପାଇଁ ଟ୍ୟାକ୍ସ ଫ୍ରି କରିଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିଛନ୍ତି। ଏହି ଫିଲ୍ମଟି ରିଲିଜ ହେବା ପୂର୍ବରୁ ଏପରି ଅଫର ମିଳିଛି। ଏହାପୂର୍ବରୁ ମଧ୍ୟପ୍ରଦେଶ ସରକାର ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଛପାକ୍‌’କୁ ଟ୍ୟାକ୍ସ ଫ୍ରି କରିଥିଲେ।

ତାପସୀଙ୍କ ଅଭିନୀତ ଏହି ଅପ୍‌କମିଂ ଫିଲ୍ମର ନିର୍ଦ୍ଦେଶନା ଅନୁଭବ ସିହ୍ନା କରୁଛନ୍ତି। ଫିଲ୍ମରେ ଘରୋଇ ହିଂସାକୁ ବିରୋଧ କରାଯାଇଥିବା ପ୍ରଦର୍ଶିତ ହୋଇଛି। ଫିଲ୍ମର ଟ୍ରେଲର ରିଲିଜ ହେବା କ୍ଷଣି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କେବଳ ମହିଳା ନୁହେଁନ୍ତି ବରଂ ପୁରୁଷମାନେ ମଧ୍ୟ ଏହାକୁ ପ୍ରଶଂସା କରିଥିଲେ। ଟ୍ୟାକ୍ସ ଫ୍ରି ହେବା ଯୋଗୁଁ ଏହି ଫିଲ୍ମର ଟିକେଟ୍‌ କମ୍‌ ମୂଲ୍ୟରେ ମିଳିପାରିବ। ସୂଚନାଯୋଗ୍ୟ, ଫିଲ୍ମଟି ଆସନ୍ତା ୨୮ ତାରିଖରେ ରିଲିବ ହେବ। ତାପସୀଙ୍କ ଫିଲ୍ମ ‘ଥପ୍ପଡ’ ରିଲିଜ ହେବା ପରେ ମିତାଲି ରାଜଙ୍କ ବାୟୋପିକ୍‌ ‘ସାବାସ୍‌ ମିଠୁ’ରେ ନଜର ଆସିବେ ।