Odia News Portal

ବଦଳିଲା ଆସିମ୍‌ଙ୍କ ଭାଗ୍ୟ

ବିଗ୍‌ ବସ୍‌ ପରେ ଏବେ ଚର୍ଚ୍ଚାରେ ରହିଛନ୍ତି ଆସିମ୍‌। ବିଗ୍‌ ବସ୍‌ ଘରୁ ବାହାରିବା ପରେ ମଧ୍ୟ ତାଙ୍କ ନାଁ ବଲିଉଡ୍‌ ଠାରୁ ଆରମ୍ଭ କରି ହିନ୍ଦୀ ସିନେମାର କିଛି ପ୍ରୋଜେକ୍ଟ ସହ ଜୋଡି ହୋଇସାରିଛି। ସୂଚନା ମୁତାବକ ଏବେ ଆସିମ୍‌ ଜ୍ୟାକଲୀନ୍‌ ଫର୍ନଡିଜ୍‌ଙ୍କ ସହ ଏକ ମ୍ୟୁଜିକ୍‌ ଭିଡିଓରେ ନଜର ଆସିବେ। ଏହାକୁ ନେଇ ଜ୍ୟାକଲୀନ୍‌ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ଏହି ଖବର ସାମ୍ନାକୁ ଆଣିଛନ୍ତି। ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ରିପୋର୍ଟ ଅନୁଯାୟୀ ସାମ୍ନାକୁ ଆସିଥିବା ଭିଡିଓ ଏକ ଫୋକ୍‌ ସଂଗ। ଯେଉଁଥିରେ ନେହା କକ୍କଡ ଗୀତ ବୋଲିଥିବା ବେଳେ ରାଧିକା ରାୟ ଏବଂ ବିନୟ ସପ୍ରୁ ନିର୍ଦେଶନା ଦେଇଥିବା ବେଳେ ଭୂଷଣ କୁମାର ପ୍ରଡ୍ୟୁସ୍‌ କରିଛନ୍ତି। ଏହା ଏକ ପାରମ୍ପରିକ ଲୋକ ଗୀତ। ଏହାକୁ ସଂଗୀତକାର ତାନିଷ୍କ ବାଗଚୀ ଆଧୁନିକ ରୂପ ଦେଇଛନ୍ତି। ଏହି ଗୀତର ସୁଟିଂ ମୁମ୍ବାଇରେ ହେବ।

ସୂଚନା ମୁତାବକ ଜ୍ୟାକଲୀନ ୨୦୧୬ ରେ ମ୍ୟୁଜିକ୍‌ ଭିଡିଓ ‘ଜିଏଫ ବିଏଫ’ ରେ ନଜର ଆସିଥିଲେ। ଏବେ ପାଖାପାଖି ଚାରି ବର୍ଷ ପରେ ସେ ପୁଣି ଥରେ ମ୍ୟୁଜିକ୍‌ ଭିଡିଓରେ ନଜର ଆସିବେ। ଏହି ଗୀତ ଆସନ୍ତା ୭ ମାର୍ଚ୍ଚରେ ଲଞ୍ଚ କରାଯିବ। ଏଥିସହ ଜ୍ୟାକଲୀନ କହିଛନ୍ତି ପ୍ରଥମ ଥର ମୁଁ ଆସିମଙ୍କ ସହ କାମ କରିବାକୁ ନେଇ ଉତ୍ସୁକ ଅଛି।