Odia News Portal

ଆଇପିଏଲ୍‌ – ୨୦୨୦, ଅଧାହେଲା ପୁରସ୍କାର ରାଶି

ବିସିସିଆଇ ପକ୍ଷରୁ ଆଇପିଏଲ୍‌ର ଆଗାମୀ ସିଜନ ପାଇଁ ଖର୍ଚ୍ଚ ହେବାକୁ ଥିବା ରାଶିକୁ କମାଇଦେଇଛି। ଆଇପିଏଲ୍‌ ବିଜେତା ଏବଂ ଉପ ବିଜେତା ଟିମ୍‌କୁ ମିଳିବାକୁ ଥିବା ରାଶି ୨୦୧୯ ତୁଳନାରେ ଅଧା କରିଦେଇଛି। ଏହି ଅଭାବ ମାନ୍ଦାବସ୍ଥା ଯୋଗୁଁ ପଡିଛି ବୋଲି ବିସିସିଆଇ କହିଛି। ବିସିସିଆଇ ପକ୍ଷରୁ ସମସ୍ତ ଫ୍ରାଞ୍ଚାଇକଜୁ ସର୍କୁଲାର ପଠାଇସାରିଛି।

ସୂଚନାଯୋଗ୍ୟ, ଆଇପିଏଲ୍‌ ବିଜେତା ଟିମ୍‌କୁ ମିଳୁଥିବା ୨୦ କୋଟି ଟଙ୍କା ଏବେ ଆଉ ବିଜେତା ଟିମ୍‌କୁ ମିଳିବ ନାହିଁ। ବିସିସିଆଇ ଏହି ପୁରସ୍କାର ରାଶିକୁ ହ୍ରାସ କରି ଅଧା ଅର୍ଥାତ୍‌ ୧୦ କୋଟି କରିଦେଇଛି। ସେହିଭଳି ଉପବିଜେତା ଟିମ୍‌କୁ ୧୨କୋଟି ୫୦ ଲକ୍ଷ ବଦଳରେ ୬ କୋଟି ୨୫ ଲକ୍ଷ ଟଙ୍କା ମିଳିବ। ତାହାଛଡା କ୍ୱାଲିଫାୟାର ମ୍ୟାଚରେ ହାରିଥିବା ଦୁଇଟି ଟିମ୍‌କୁ ଏବେ ଚାରିକୋଟି ୩୭ ଲକ୍ଷ ଟଙ୍କା ମିଳିବ।

ଏହାକୁ ନେଇ ବିସିସିଆଇ କହିଛି, ସମସ୍ତ ଫ୍ରାଞ୍ଚାଇଜ ଏବେ ଭଲ ସ୍ଥିତିରେ ରହିଛି। ସେମାନଙ୍କ ପାଖରେ ନିଜର ଆୟ ବଢାଇବା ପାଇଁ ଅନେକ ପ୍ରୟୋଜନ ରହିଛି। ଏହି କାରଣରୁ ପୁରସ୍କାର ରାଶିକୁ କାଟିଦିଆଯାଇଛି। ସୂଚନାଯୋଗ୍ୟ, ଆସନ୍ତା ମାର୍ଚ୍ଚ ୨୯ରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌ ମ୍ୟାଚର ପ୍ରଥମ ମ୍ୟାଚ ମୁମ୍ବାଇରେ ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ ସହିତ ଖେଳିବ।