ନୂଆଦିଲ୍ଲୀ() ସାରା ବିଶ୍ୱରେ କରୋନାକୁ ନେଇ ସୃଷ୍ଟି ହୋଇଛି ଆତଙ୍କ । ଏହା ଧିରେ ଧିରେ ଭାରତରେ ମଧ୍ୟ କରୋନା ଭାଇରସର ପ୍ରଭାବ ଦେଖାଯିବା ପରେ ବଢ଼ିଯାଇଛି ଚିନ୍ତା।

ସେପଟେ ନିଜକୁ କରୋନା ମୁକ୍ତ ରଖିବା ପାଇଁ ଲୋକେ ମୁହଁରେ ମାସ୍କ ଲଗାଇବା ସହ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସତର୍କତାମୂଳକ ପଦକ୍ଷେପକୁ ଆପଣାଉଛନ୍ତି।
ମାସ୍କର ବହୁଳ ବ୍ୟବହାର ପାଇଁ ମେଡିସିନ ଦୋକାନରେ ଏହାର ଅଭାବ ଦେଖାଯିବା ପରେ ପରିସ୍ଥିତିକୁ ଦେଖି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବରାକ୍ ଓବାମା ଟୁଇଟ୍ କରିଛନ୍ତି। ଟୁଇଟ୍ କରି ସେ ମାସ୍କ କିଣୁଥିବା ଏବଂ ଚୋରି କରି ନେଉଥିବା ଲୋକଙ୍କୁ ଏକ ଅପିଲ୍ କରିଛନ୍ତି।
