Odia News Portal

ଆସିଲା ଭୋଡାଫୋନ୍ ଆଇଡିଆର ସବୁଠାରୁ ଶସ୍ତା ପ୍ଲାନ୍

ନୁଆଦିଲ୍ଲୀ : ଆପଣଙ୍କ ମଧ୍ୟରୁ ଅନେକଙ୍କର ଭୋଡାଫୋନ୍ ସିମ୍ କାର୍ଡ ଥିବ । ତେବେ ଗ୍ରାହକଙ୍କ ମଧ୍ୟରୁ ଅନେକ ଲୋକ ଭୋଡାଫୋନ୍-ଆଇଡିଆରେ ଏଜିଆରର ବକେୟା ରାଶିକୁ ନେଇ ଚିନ୍ତିତ ଥିବେ କି ଯଦି କମ୍ପାନୀ ଏଜିଆରର ପୈଠ ନକରେ ତେବେ କମ୍ପାନୀ ବନ୍ଦ ହୋଇଯିବ, କିନ୍ତୁ ଏମିତି ଘଟିବ ନାହିଁ । ଆପଣଙ୍କ ସେବା ଜାରି ରହିବ । ଯଦିଓ ସମସ୍ତ କମ୍ପାନୀ ସେମାନଙ୍କର ପ୍ରି-ପେଡ୍ ପ୍ଲାନକୁ ମହଙ୍ଗା କରିଛନ୍ତି, ଆପଣଙ୍କୁ ରିଚାର୍ଜ କରିବାକୁ ପଡିବ । ଆସନ୍ତୁ ଆଜି ଆମେ ଆପଣଙ୍କୁ ଭୋଡାଫୋନ୍ ଆଇଡିଆର ସବୁଠାରୁ ଭଲ ଏବଂ ଶସ୍ତା  ପ୍ଲାନ୍ ବିଷୟରେ କହିବୁ ଯେଉଁଥିରେ ଆପଣ ଅସୀମିତ କଲିଂ ସହିତ ଡାଟା ସୁବିଧା ମଧ୍ୟ ପାଇବେ ।

୧୯୯ ଟଙ୍କିଆ ପ୍ଲାନ୍
ଭୋଡାଫୋନ୍ ଆଇଡିଆର ୧୯୯ ଟଙ୍କିଆ ପ୍ଲାନ୍ ରହିଛି ଯାହା ୨୪ ଦିନର ବୈଧତା ପ୍ରଦାନ କରେ । ଏହି ପ୍ଲାନରେ ଆପଣ ପ୍ରତିଦିନ ୧ GB ଡାଟା ପାଇବେ । ଏହା ବ୍ୟତୀତ ସମସ୍ତ ନେଟୱାର୍କରେ ଅସୀମିତ କଲିଂ ସୁବିଧା ମଧ୍ୟ ଉପଲବ୍ଧ ହେବ । ଏହା ସହିତ ଜି5 ଆପ୍ ପାଇଁ ସବସ୍କ୍ରିପ୍ସନ ମଧ୍ୟ ଉପଲବ୍ଧ ହେବ ।

୨୧୯ ଟଙ୍କିଆ ପ୍ଲାନ୍
ଏହି ପ୍ଲାନରେ ପ୍ରତିଦିନ ୧ ଜିବି ଡାଟା ଏବଂ ଅସୀମିତ କଲିଂ ସୁବିଧା ମିଳିବ । ଏହି ପ୍ଲାନର ବୈଧତା ୨୮ ଦିନ । ଏହି ଯୋଜନାରେ ଜି5 ଆପ୍ ଏବଂ ଭୋଡାଫୋନ୍ ପ୍ଲେ ସବସ୍କ୍ରିପସନ୍ ମଧ୍ୟ ଉପଲବ୍ଧ ହେବ ।

୨୪୯ ଟଙ୍କିଆ ପ୍ଲାନ୍
ଏହି ପ୍ଲାନର ସବୁଠାରୁ ବଡ ଫିଚର୍ସ ହେଉଛି ଏଥିରେ ଅସୀମିତ କଲିଂ ସହିତ ଡାଟା ସୁବିଧା ମଧ୍ୟ ମିଳିବ । ଏଥିରେ ଡବଲ୍ ଡାଟା ଅଫର୍ ମିଳୁଛି ଯେଉଁଥିରେ ଆପଣ ପ୍ରତିଦିନ ୧.୫ ଜିବି +୧.୫ ଜିବି ଅର୍ଥାତ୍ ସମୁଦାୟ  ୩ ଜିବି ଡାଟା ପାଇବେ । ଏହି ଯୋଜନାରେ ମଧ୍ୟ ପ୍ରତିଦିନ ୧୦୦ ମେସେଜିଂ, ଜି5 ଆପ୍ ଏବଂ ଭୋଡାଫୋନ୍ ପ୍ଲେ ର ସବସ୍କ୍ରିପ୍ସନ ମିଳିବ ।

୨୯୯ ଟଙ୍କିଆ ପ୍ଲାନ୍
୨୯୯ ଟଙ୍କିଆ ପ୍ଲାନରେ ୨୮ ଦିନ ପାଇଁ ପ୍ରତିଦିନ ୨ ଜିବି ଡାଟା ପାଇବେ ଗ୍ରାହକ । ଏହି ପ୍ଲାନରେ ସମସ୍ତ ନେଟୱାର୍କରେ ଅସୀମିତ କଲିଂ ଅଛି ଏବଂ ପ୍ରତିଦିନ ୧୦୦ ମେସେଜିଂ ବ୍ୟତୀତ, ଆପଣ ଜି5 ଆପ୍ ଏବଂ ଭୋଡାଫୋନ୍ ପ୍ଲେ ର ସବସ୍କ୍ରିପସନ୍ ମଧ୍ୟ ପାଇବେ ।

୩୯୮ ଟଙ୍କିଆ ପ୍ଲାନ
ଏଥିରେ ଆପଣ ୨୮ ଦିନ ପାଇଁ ପ୍ରତିଦିନ ୩ GB ଡାଟା ପାଇବେ । ଏହା ବ୍ୟତୀତ ସମସ୍ତ ନେଟୱାର୍କରେ ଅସୀମିତ କଲିଂ ସୁବିଧା ଉପଲବ୍ଧ ହେବ । ଏହି ଯୋଜନାରେ ଜି5 ଆପ୍ ଏବଂ ଭୋଡାଫୋନ୍ ପ୍ଲେ ସବସ୍କ୍ରିପସନ୍ ମଧ୍ୟ ଉପଲବ୍ଧ ।