Odia News Portal

ଅଭିନେତା ପ୍ରଭାସ ରହିଲେ କ୍ୱାରେଣ୍ଟାଇନ୍‌ରେ

ତେଲ୍‌ଗୁ ସୁପରଷ୍ଟାର ତଥା ବାହୁବଳୀ ଫିଲ୍ମର ଅଭିନେତା ପ୍ରଭାସ କ୍ୱାରେଣ୍ଟାଇନ୍‌ରେ ଥିବା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଲେଖିଛନ୍ତି । ଏକ ଚଳଚ୍ଚିତ୍ର ସୁଟିଂ ପାଇଁ ସେ ବିଦେଶରେ ଥିଲେ । ଶନିବାର ଭାରତ ଫେରିବା ପରେ ନିଜକୁ କ୍ୱାରେଣ୍ଟାଇନ୍‌ରେ ରଖିବାକୁ ନିଷ୍ଵତି ନେଇଛନ୍ତି ।

କରୋନା ସଂକ୍ରମଣର ଭୟାବହତାକୁ ଦେଖି ମୁଁ ଯେପରି କ୍ୱାରେଣ୍ଟାଇନ୍‌ରେ ରହିଛି ଆପଣମାନେ ସମସ୍ତେ ଆବଶ୍ୟକୀୟ ସୁରକ୍ଷା ଗ୍ରହଣ କରିବେ ବୋଲି ପ୍ରଶଂସକଙ୍କୁ କହିଛନ୍ତି ।

ପ୍ରଭାସ ଛତ୍ରପତି, ଚକ୍ରମ୍‌, ବିଲା, ଡାର୍‌ଲିଙ୍ଗ ଓ ବାହୁବଳୀ ଆଦି ଫିଲ୍ମରେ ବେଶ୍‌ ଉଚ୍ଚକୋଟିର ଅଭିନୟ କରି ଦର୍ଶକଙ୍କ ହୃଦୟ ଜୟ କରିପାରିଥିଲେ ।

ତାଙ୍କର ଆଗାମୀ ଫିଲ୍ମ ‘ପ୍ରଭାସ ୨୦’ ନାମରେ ଆସୁଥିବା ଆଶା କରାଯାଉଛି ।