Odia News Portal

‘ଥ୍ୟାଙ୍କ ଗଡ୍‌’ରେ ନଜର ଆସିବେ ବଲିଉଡ୍‌ର ଏହି ସୁନ୍ଦରୀ

ମୁମ୍ବାଇ : ପୁଣି ଥରେ ଅଜୟ ଦେବଗନଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ ରାକୁଲ ପ୍ରୀତ ସିଂହ । ଏଥର ଜଣେ ନୁହେଁ, ବଲିଉଡ୍‌ର ଅନ୍ୟତମ ପପୁଲାର ଷ୍ଟାର୍‌ ସିଦ୍ଧାର୍ଥ ମଲହୋତ୍ରା ମଧ୍ୟ ତାଙ୍କ ସହ ନଜର ଆସିବେ । ଫିଲ୍ମର ଟାଇଟଲ୍‌ ‘ଥ୍ୟାଙ୍କ ଗଡ୍‌’ । ସାମାଜିକ ହାସ୍ୟଭିତ୍ତିକ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଇନ୍ଦ୍ର କୁମାର । ଏକ ଗଣମାଧ୍ୟମ ସହ ସାକ୍ଷାତକାରରେ ରାକୁଲ ପ୍ରୀତ ଫିଲ୍ମର ଟାଇଟଲ୍‌ ଘୋଷଣା କରିଛନ୍ତି । ଉତ୍ତମ ହୃଦୟସମ୍ପନ୍ନ ଦୁଇଜଣ ମୂର୍ଖ ବ୍ୟକ୍ତିଙ୍କ ଉପରେ ଫିଲ୍ମଟି ପର୍ଯ୍ୟବେସିତ, ଯିଏକି ସମାଜରେ ସଂସ୍କାର ଆଣିବାକୁ ଗୋଡ଼ କାଢ଼ିଛନ୍ତି । ଏହା ପରେ ସୃଷ୍ଟି ହେଉଥିବା ଘଟଣା ଓ ଦୁର୍ଘଟଣାକୁ ନେଇ ଫିଲ୍ମଟି ଗତିଶୀଳ ।

ଗଣମାଧ୍ୟମ ସହ ସାକ୍ଷାତକାରରେ ରାକୁଲ କହିଛନ୍ତି, ଆସନ୍ତା ଏପ୍ରିଲ ୧୦ରେ ଫିଲ୍ମ ସୁଟିଂ ଆରମ୍ଭ ହୋଇଥାନ୍ତା । କିନ୍ତୁ କରୋନା ଭାଇରସ୍‌ର ଭୟାବହତା ଯୋଗୁ ସୁଟିଂ ବାତିଲ କରାଯାଇଛି । ୨୦୨୧ରେ ଫିଲ୍ମ ରିଲିଜ୍‌ କରିବାକୁ ଏହାର ନିର୍ମାତା ଯୋଜନା କରିଥିବା ସେ କହିଛନ୍ତି । ଏହା ପୂର୍ବରୁ ଅଜୟ ଦେବଗନଙ୍କ ସହ ‘ଦେ ଦେ ପ୍ୟାର୍‌ ଦେ’ ଫିଲ୍ମରେ ରାକୁଲ ସ୍କ୍ରିନ୍‌ ଶେୟାର କରିଥିଲେ । ସିଦ୍ଧାର୍ଥ ମଲହୋତ୍ରାଙ୍କ ଅପୋଜିଟ୍‌ରେ ଫିଲ୍ମ ‘ୟାରିୟାଁ’ରେ ମଧ୍ୟ ନଜର ଆସିଥିଲେ । ଏବେ ଉଭୟଙ୍କ ସହ ସ୍କ୍ରିନ୍‌ ଶେୟାର କରିବାକୁ ଯାଉଥିବାରୁ ସେ ବହୁତ ଉତ୍ସାହିତ ଅଛନ୍ତି ।