Odia News Portal

କ୍ବାରେଣ୍ଟାଇନରେ ସମୟ କାଟୁଛନ୍ତି କରିନା

ମୁମ୍ବାଇ () କରୋନା ଭାଇରସ୍ ଯୋଗୁଁ ଏବେ ବଲିଉଡ ସେଲିବ୍ରିଟି ସୋସିଆଲ ଡିସଟାନସିଂ ମେଣ୍ଟେନ୍ କରୁଛନ୍ତି। ସେଲିବ୍ରିଟିମାନେ କାହାକୁ ଦେଖା କରୁନାହାନ୍ତି କି କୁଆଡ଼େ ଯାଉ ନାହାନ୍ତି। ଏପରି ପରିସ୍ଥିତିରେ ସେମାନେ ନିଜର ବନ୍ଧୁତା ବଜାୟ ରଖିବାକୁ ଏବଂ ସୋସିଆଲ ଡିସଟାନସିଂ ମେଣ୍ଟେନ୍ ରଖିବାକୁ ଏକ ଭିନ୍ନ ଉପାୟ ଅବଲମ୍ବନ କରିଛନ୍ତି। ଏହି ସେଲିବ୍ରିଟିମାନେ ଏବେ ସୋସିଆଲ ମିଡିଆ ଜରିଆରେ ପରସ୍ପରର ନିକଟତର ହୋଇଯାଇଛନ୍ତି। ନିକଟରେ କରୀନା ପୋଷ୍ଟ କରିଥିବା ଫଟୋ ଦେଖି କିଛି ଏପରି ଲାଗୁଛି।

କରୀନା କପୁର ଖାନ୍,ଅମୃତା ଅରୋରା,ମଲାଇକା ଅରୋରା ଏବଂ କରିଶ୍ମା କପୁରଙ୍କ ବନ୍ଧୁତା କେତେ ନିବିଡ଼ ତାହା ତ ଆପଣମାନେ ସମସ୍ତେ ଜାଣନ୍ତି। ନିକଟରେ କରୀନା ଯେଉଁ ଫଟୋ କୋଲାଜ ସେୟାର କରିଛନ୍ତି ସେଥିରେ ସେ ନିଜ ସାଙ୍ଗଙ୍କ ସହ ପାଓ୍ବାର ନେପ୍ ନେଉଥିବା ଦେଖା ଯାଇଛନ୍ତି ।

ଅଭିନେତ୍ରୀ କରୀନା କପୁର ନିକଟରେ ଇନଷ୍ଟାଗ୍ରାମକୁ ଫେରିଛନ୍ତି। ନିଜ ଧମାକାଦାର ଏଣ୍ଟ୍ରି ପରେ କରୀନା କପୁର ପ୍ରତିଦିନ କିଛି ନା କିଛି ନୂଆ ପୋଷ୍ଟ କରୁଛନ୍ତି। ତାଙ୍କ ପୋଷ୍ଟକୁ ମଧ୍ୟ ତାଙ୍କ ଫ୍ୟାନମାନେ ଖୁବ୍ ପସନ୍ଦ କରୁଛନ୍ତି। ଏବେ କରୀନା ଏକ ଫଟୋ କୋଲାଜ ପୋଷ୍ଟ କରିଛନ୍ତି। ଏହି ଫଟୋ କୋଲାଜରେ କରୀନାଙ୍କ ସହ ଅମୃତା​‌ ଅରୋରା,ମଲାଇକା ଅରୋରା,କରୀଶ୍ମା କପୁର ଏବଂ ମଲ୍ଲିକା ଭଟ୍ଟ ନଜର ଆସୁଛନ୍ତି। ଏମାନେ ସମସ୍ତେ ନିଜ ନିଜ ଘରେ ଶୋଇଛନ୍ତି।