Odia News Portal

ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ୫୦ ଲକ୍ଷ ଦାନ କଲେ କପିଳ ଶର୍ମା

ମୁମ୍ବାଇ : କରୋନା ପାଇଁ ସାରା ଦେଶ ଲକ୍‌ଡାଉନ୍‌ରେ । ଏହି ସମୟରେ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିବିଶେଷ ଦିନ ମଜୁରିଆ ଓ ଶ୍ରମିକଙ୍କ ସହାୟତା ପାଇଁ ଅର୍ଥଦାନ କରୁଛନ୍ତି । ଏବେ ଏଥିରେ ସାମିଲ ହୋଇଛନ୍ତି ହାସ୍ୟ ଅଭିନେତା କପିଲ ଶର୍ମା । ସେ ଶ୍ରମିକଙ୍କ ପାଇଁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି ।

ଏ ନେଇ ସେ ନିଜ ଇନଷ୍ଟାଗ୍ରାମ୍‌ରେ ସୂଚନା ଦେବା ସହ ସମସ୍ତେ ଘରେ ରହି ସୁରକ୍ଷିତ ରୁହନ୍ତୁ ବୋଲି ଅନୁରୋଧ କରିଛନ୍ତି । ଏଭଳି ଏକ ଦୁଃସୟମରେ ଶ୍ରମିକଙ୍କ କଲ୍ୟାଣ ପାଇଁ ଏଭଳି କିଛି କରି ସେ ଖୁସି ହୋଇଥିବା କହିଛନ୍ତି । ସେହିପରି ବଲିଉଡ୍‌ ଷ୍ଟାର୍‌ ହ୍ରିତିକ ରୋଷନ ମଧ୍ୟ ୨୦ ଲକ୍ଷ ଟଙ୍କା ଦାନ କରିଛନ୍ତି ।