ଚଣ୍ଡୀଗଡ () ସ୍ୱର୍ଣ୍ଣ ମନ୍ଦିରର ପୂର୍ବତନ ହଜୁରୀ ରାଗି ତଥା ପଦ୍ମଶ୍ରୀ ଭାଇ ନିର୍ମଳ ସିଂ ଖାଲାସଙ୍କର ନିଧନ ହୋଇଛି । ତାଙ୍କୁ କରୋନା ପଜେଟିଭ୍ ଜଣା ପଡିବାର ଗୋଟିଏ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ବୁଧବାରରେ ତାଙ୍କୁ କରୋନା ହୋଇଥିବା କଥା ଜଣା ପଡିଥିଲା। ଗୁରୁବାରରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି ।
ବ୍ରୋଙ୍କାଇକାଲ୍ ଆସ୍ଥ୍ମା ସହ ତାଙ୍କର ଶ୍ୱାସ କ୍ରିୟାରେ ଅସୁବିଧା ହେଉଥିଲା । ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଭେଣ୍ଟିଲେଟର୍ରେ ରଖାଯାଇଥିଲା। ମାତ୍ରସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସି ନଥିଲା । ଗୁରୁବାରରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।