Odia News Portal

ଗ୍ରାହକଙ୍କୁ ମିଳିବ ଡବଲ ଡାଟା ସମେତ ଅତିରିକ୍ତ ଟକ ଟାଇମର ସୁବିଧା

ଲକ ଡାଉନ କାରଣରୁ ଜିଓ, ଏୟାର ଟେଲ, ବିଏସଏନଏଲ ପରି ଟେଲିକମ କମ୍ପାନୀ ଗୁଡ଼ିକ ଘରୁ କାମ କରୁଥିବା ଲୋକଙ୍କୁ ସୁବିଧା ଯୋଗାଇବା ପାଇଁ ନୂଆ ନୂଆ ରିଚାର୍ଜ ପ୍ଲାନ ଗୁଡ଼ିକ ଲଞ୍ଚ କରିଥିଲେ । ଏଗୁଡ଼ିକରେ ଲୋକଙ୍କୁ ଡବଲ ଡାଟା ସମେତ ଟକ ଟାଇମ ସୁବିଧା ମଧ୍ୟ ମିଳିପାରିଛି । ଏହା ସହ ଏହି କମ୍ପାନୀ ଗୁଡ଼ିକ ନିଜ ନିଜ ପ୍ରିପେଡ଼ ପ୍ଲାନ ଗୁଡ଼ିକର ବୈଧତାକୁ ବି ଏପ୍ରିଲ ୧୭ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛି ।ତେବେ ଜାଣି ରଖନ୍ତୁ କମ୍ପାନୀ ତରଫରୁ ମିଳୁଥିବା ଏହି ସବୁ ସ୍ପେଶାଲ ଅଫର ବିଷୟରେ:

ଜିଓ କମ୍ପାନୀ:

-ଲକ ଡାଉନ ସମୟରେ ଗ୍ରାହକ ମାନଙ୍କୁ ଡବଲ ଡାଟାର ଅଫର ଦେଉଛି ଜିଓ କମ୍ପାନୀ । ଯାହା ସାହାଯ୍ୟରେ ଗ୍ରାହକଙ୍କୁ ସମସ୍ତ ରିଚାର୍ଜ ପ୍ଲାନ ଉପରେ ପୂର୍ବ ତୁଳନାରେ ଦୁଇ ଗୁଣା ଡାଟା ସୁବିଧା ମିଳିବ । ୧୦ ଏମବିପିଏସ ପର୍ଯ୍ୟନ୍ତ ଡାଟାରେ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ ।
– ଜିଓର ୨୫୧ ଟଙ୍କିଆ ପ୍ଲାନରେ ଉପଭୋକ୍ତା ମାନଙ୍କୁ ପ୍ରତିଦିନ ୨ ଜିବି ଡାଟା ମିଳିବା ସହ ପ୍ଲାନର ବୈଧତା ୫୧ ଦିନ ପର୍ଯ୍ୟନ୍ତ ରହିବ ।

ଏୟାର ଟେଲ କମ୍ପାନୀ:

– କରୋନା ଭାଇରସ କାରଣରୁ ଭାରତୀ ଏୟାରଟେଲ କମ୍ପାନୀ ବି ଅଫର ବାବଦରେ ୧୦ ଟଙ୍କା ପର୍ଯ୍ୟନ୍ତର ଟକଟାଇମ ଦେବା ନେଇ ଘୋଷଣା କରିଛି । ଏହା ବାଦ କମ୍ପାନୀ ନିଜ ଭାଲିଡିଟିକୁ ଆସନ୍ତା ଏପ୍ରିଲ ୧୭ ତାରିଖ ଯାଏଁ ବଢ଼ାଇ ଦେଇଛି ।

ବିଏସଏନଏଲ ପ୍ଲାନ:

– ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ନିଜ ଗ୍ରାହକ ମାନଙ୍କୁ ୧୦ ଟଙ୍କିଆ ଟକ ଟାଇମ ଦେବା ନେଇ ଘୋଷଣା କରିଛି । ଲକ ଡାଉନ ସମୟରେ ଯେଉଁ ଗ୍ରାହକ ମାନଙ୍କ ବାଲାନ୍ସ ଶୂନ ହୋଇଯାଇଛି ସେମାନଙ୍କୁ ୧୦ ଟଙ୍କା ପର୍ଯ୍ୟନ୍ତର ଟକ ଟାଇମ ମିଳିପାରିବ । ଯେବେକି କମ୍ପାନୀ ନିଜ ଭାଲିଡିଟି ସମୟକୁ ଆସନ୍ତା ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛି ।