Odia News Portal

ପିଲାଙ୍କର ସବୁଠୁ ପ୍ରିୟ ଶୋ “ଦ ଜଙ୍ଗଲ ବୁକ” ପୁଣି ଥରେ ଦୂରଦର୍ଶନରେ

କରୋନା ଲକଡାଉନ ଯୋଗୁ ପୁଣିଥରେ ଦୂରଦର୍ଶନକୁ ଅଶୀ ଓ ନବେ ଦଶକରେ ସିରିୟଲ ଫେରୁଛି। ପ୍ରଥମେ ରାମାୟଣ, ମହାଭାରତ ଓ ତା ପରେ ସର୍କସ ସିରିୟଲ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଫେରିଥିବା ବେଳେ ଏବେ ଏହି ତାଲିକାରେ ଆଉ ଏକ କାର୍ଯ୍ୟକ୍ରମ ଯୋଡ଼ି ହୋଇଛି। ଏବେ ପିଲାଙ୍କର ସବୁଠୁ ପ୍ରିୟ ଶୋ’ ” ଦ ଜଙ୍ଗଲ ବୁକ” ପୁଣି ଥରେ ଦୂରଦର୍ଶନରେ ପ୍ରସାରିତ ହୋଇଛି। ଗତକାଲି ଠାରୁ ମଧ୍ୟାହ୍ନ ୧ଟା ବେଳେ ଏହା ପ୍ରସାରିତ ହେଉଛି। ଏନେଇ ପୂର୍ବରୁ ଦୂରଦର୍ଶନ ପକ୍ଷରୁ ଟ୍ୱିଟ କରାଯାଇଥିଲା।

ଏହି ସିରିୟଲ ପରଦାକୁ ଆସିବା ପରେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଉଛି। ୟୁଜରମାନେ ନିଜ ପ୍ରତିକ୍ରିୟା ଦେଇ ପିଲାଦିନକୁ ମନେ ପକାଉଥିବା ଦେଖାଯାଇଛି। ଏହି ଶୋ’ରେ ମୋଗଲି ଚରିତ୍ରକୁ ସମସ୍ତେ ଆଜି ବି ମନେ ରଖିଥିବା ଦେଖାଯାଇଛି। କେବଳ ଦ ଜଙ୍ଗଲ ବୁକ ନୁହେଁ ଦୂରଦର୍ଶନରେ ଏବେ ୯୦ ଦଶକର ଆଉ ଏକ ସିରିୟଲ ବୁନିଆଦ ମଧ୍ୟ ପ୍ରସାରିତ ହୋଇଛି। ସନ୍ଧ୍ୟା ୫ ଟାରେ ଏହି ସିରିୟଲ ପ୍ରସାରିତ ହେଉଥିବା ନେଇ ଦୂରଦର୍ଶନ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।