Odia News Portal

ବିଜୁ ଶ୍ରାଦ୍ଧ ଦିବସରେ ବିଏମସି ସଫେଇ କର୍ମଚାରୀମାନଙ୍କୁ ମାସ୍କ,ସାବୁନ ଓ ବିସ୍କୁଟ ବଣ୍ଟନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଦିବସ ରେ ବିଧାୟକ ସୁଶାନ୍ତ କୁମାର ରାଉତ ଙ୍କ ସହାୟତା ରେ ଯୁବନେତା ପ୍ରକାଶ ତ୍ରିପାଠୀ ଙ୍କ ନେତୃତ୍ୱ ରେ ଭିଏସସନଗର ଅଞ୍ଚଳରେ ବିଏମସି ସଫେଇ କର୍ମଚାରୀମାନଙ୍କୁ କୋରୋନା ସଚେତନତା କରିବା ସହିତ ମାସ୍କ,ସାବୁନ ଓ ବିସ୍କୁଟ ପ୍ରଦାନ କରିବା ସହିତ ଜିଏଲ କଲୋନୀ ବେହେରା ସାହି, ତ୍ରିନାଥ ବସ୍ତି ବାସିନ୍ଦାଙ୍କୁ ମାଷ୍କ,ସାବୁନ ବଣ୍ଟନ କରି ବିଜୁବାବୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ସାଥୀରେ ଶିବନ୍, ସୌମ୍ୟ, ଦୀପକ, ଅନନ୍ତ, ସରୋଜ, ଜିତୁ, ଅନିଲ, ତାପସ, ଦିଡୁଭାଇ,ବାପି ସହାୟତା କରିଥିଲେ।