ଭଦ୍ରକ : ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ । ସାତ ଜନ୍ମ ପାଇଁ ଏକାଠି ରହିବେ ବୋଲି ବେଦୀରେ ବସି ଶପଥ କରିଥିଲେ କିନ୍ତୁ ୨ ମାସ ନପୁରୁଣୁ ଘଟିଲା ଏଭଳି ଅଘଟଣ । ଯୌତୁକ ପାଇଁ ନବବଧୂକୁ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବୋହୂର ପରିବାରଲୋକେ । ଭଦ୍ରକ ଜିଲ୍ଲା ଧାମନଗର ଥାନା ଚୂଡ଼ାକୁଟି ନାରାୟଣପୁର ଗାଁରୁ ଆସିଛି ଏହି ଅଭିଯୋଗ ।
ବିବାହକୁ ଦୁଇ ମାସ ଚାଲିଥିବାବେଳେ ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି । ସୂଚନା ଅନୁଯାୟୀ ନବବିବାହିତାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ନବବଧୂଙ୍କ ବାପଘର ଲୋକେ । ଭଦ୍ରକ ଜିଲ୍ଲା ଧାମନଗର ଥାନା ଚୂଡ଼ାକୁଟି ନାରାୟଣପୁର ଗାଁରୁ ଆସିଛି ଅଭିଯୋଗ । ମୃତ ମହିଳା ଜଣକ ହେଲେ ଦେବଦୀପ ପଣ୍ଡାଙ୍କ ପତ୍ନୀ ପ୍ରତିମା ଷଡ଼ଙ୍ଗୀ । ଜାନୁୟାରୀ ୧୭ ରେ ବୈଦିକ ରୀତିରେ ଉଭୟଙ୍କ ବିବାହ ହୋଇଥିଲା । ଶ୍ୱଶୁର ଘର ଲୋକେ ଅଧିକ ଯୌତୁକ ଦାବି କରିଆସୁଥିଲେ ବୋଲି ମୃତକଙ୍କ ପରିବାରଲୋକେ ଅଭିଯୋଗ କରିଛନ୍ତି । ତେବେ କୌଣସି କାରଣରୁ ଶ୍ୱଶୁର ଘରେ ଝଗଡା ହୋଇଥିଲା ।
ସମସ୍ତେ ମିଶି ପ୍ରତିମାଙ୍କୁ ଛାତରୁ ଠେଲି ଦେଇଥିବାବେଳେ ସୌଭାଗ୍ୟବଶତଃ ପ୍ରତିମା ବଞ୍ଚି ଯାଇଥିଲେ । ଭଦ୍ରଲୋକଙ୍କ ଉପସ୍ଥିତିରେ ଘଟଣାର ସମାଧାନ ହୋଇଥିବା ସୂଚନା ମିଳିଛି । ତେବେ ମୃତ୍ୟୁ ପୂର୍ବରୁ ନିଜ ଜୀବନ ପ୍ରତି ବିପଦ ଥିବା ଫୋନ ଯୋଗେ ଘରଲୋକଙ୍କୁ ଜଣାଇଥିଲେ ପ୍ରତିମା । ଛାତରୁ ପଡି ସେ ସାମାନ୍ୟ ଆହାତ ହୋଇଥିଲେ ବୋଲି କୁହାଯାଉଛି । ପରେ ତାଙ୍କୁ ମେଡିକାଲ ନିଆଯାଇଥିଲା । ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିଲେ । ପ୍ରତିମାଙ୍କ ମା ଧାମନଗର ଥାନାରେ ପ୍ରତିମାଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ।