Odia News Portal

ପ୍ରବାସୀ ଓଡିଆଙ୍କୁ ବଦ୍ରି ପାତ୍ରଙ୍କ ପରାମର୍ଶ

ମହାମାରୀର ଏ’ ବିପଜ୍ଜନକ କାଳରେ ବାହାର ରାଜ୍ୟରେ ଥିବା ଓଡିଆ ଶ୍ରମିକ ଭାଇ ମାନଙ୍କ ପାଇଁ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସମୟୋଚିତ ପ୍ୟାକେଜ୍ ନିମନ୍ତେ ସମଗ୍ର ରାଜ୍ୟବାସୀଙ୍କ ସହ ମୁଁ ମଧ୍ୟ ତାଙ୍କ ନିକଟରେ କୃତଜ୍ଞ । ଅନ୍ୟାନ୍ୟ ପ୍ରଦେଶରେ କାମ କରୁଥିବା ମୋ’ ଅଞ୍ଚଳ ତଥା କେନ୍ଦୁଝର୍ ଜିଲ୍ଲାର ଭାଇ, ଭଉଣୀଙ୍କୁ ନିବେଦନ,ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ନିଜ ଘରକୁ ଫେରୁଥିବା ଭାଇ, ଭଉଣୀ ମାନେ ନିଜ ନିଜ ପଞ୍ଚାୟତ ବା ମ୍ୟୁନିସିପାଲିଟିରେ ନାମ ପଞ୍ଜିକୃତ କରାଇ ସଙ୍ଗରୋଧ କକ୍ଷରେ ଚଉଦ ଦିନ ରହି ଦୁଇ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ନେଇ ଘରକୁ ଯାଆନ୍ତୁ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମୁତାବକ, ସଙ୍ଗରୋଧ ସମୟରେ ଦୈନନ୍ଦିନ ଖାଦ୍ୟ, ପାନୀୟ ଓ ଚିକିତ୍ସା ବ୍ୟବସ୍ଥା ମଧ୍ୟ ସରକାର କରିବେ । ସରକାରଙ୍କ ପରାମର୍ଶ ମାନିଲେ ଆମେ ଜିତିବା, କରୋନା ହାରିବ ।