Odia News Portal

ସୁରଟରେ ଅସହାୟ ଓଡିଆ ଶ୍ରମିକଙ୍କୁ ଧର୍ମେନ୍ଦ୍ରଙ୍କ ସହଯୋଗ

ସୁରଟ () ଗୁଜୁରାଟରେ ଲକଡାଉନ ଯୋଗୁ ଫସିରହିଥିବା ଓଡିଆ ଶ୍ରମିକଙ୍କୁ ସହାୟତା ପରେ ସେମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏନେଇ ରାଜ୍ୟ ବାହାରେ ଫସିରହିଥିବା ଶ୍ରମିକମାନେ ସୋସିଆଲ ମିଡିଆ ଜରିଆରେ ଧନ୍ୟବାଦ ଜଣାଇଛନ୍ତି ।
ସୂଚନା ଅନୁସାରେ , ତାଲାବନ୍ଦ ଯୋଗୁ ଖାଦ୍ୟପାନୀୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏହି ଶ୍ରମିକମାନେ । ଏହି ଅସୁବିଧା ସମୟରେ ସହଯୋଗର ହାତ ବଢାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗୁଜୁରାଟରେ ଫଶିରହିଥିବା ଓଡିଆଙ୍କ ସଙ୍କଟ ସମୟରେ ସେମାନଙ୍କୁ ରନ୍ଧାଖାଦ୍ୟ ସହ ରହିବାର ବ୍ୟବସ୍ଥା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ଥାନୀୟ ସାଂସଦ ସି ଆର ପାଟିଲଙ୍କ ସହ ଆଲୋଚନା କରିଥିଲେ । ଧର୍ମେନ୍ଦ୍ରଙ୍କ ଅନୁରୋଧ କ୍ରମେ ସାଂସଦ ପାଟିଲ ଓଡିଆ ଶ୍ରମିକଙ୍କୁ ଖାଦ୍ୟ ଓ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେଇଥିଲେ । ଏହି ଅସମୟରେ କେନ୍ଦ୍ରମନ୍ତ୍ରୀଙ୍କ ସହଯୋଗ ପାଇ ରାଜ୍ୟ ବାହାରେ ଫସିରହିଥିବା ଶ୍ରମିକ ମାନେ ଧର୍ମେନ୍ଦ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।