ଉତ୍ତର କୋରିଆର ଶାସକ କିମ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟକୁ ନେଇ ଆନ୍ତର୍ଜାତୀୟ ଗଣମାଧ୍ୟମରେ ବିଭିନ୍ନ ପ୍ରକାରର ଖବର ପ୍ରଚାରିତ ହୋଇଛି। ତେବେ ଏସବୁ ଭିତରେ ସୋସିଆଲ ମିଡିଆ ଆପ୍ ଟିକଟକ ଏବଂ ୟୁଟ୍ୟୁବରେ କିମ ଜୋଙ୍ଗ ଉନଙ୍କ ପରି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କ ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି।
@purinsyogun ନାମକ ଏକ ଟିକଟକ ୟୁଜର ଏଇ କିଛି ଦିନ ଭିତରେ ବହୁତ ଭାଇରାଲ୍ ହେବାରେ ଲାଗିଛନ୍ତି। ତାଙ୍କର ଅନେକ ଭିଡିଓକୁ ଲୋକମାନେ ମଧ୍ୟ ପସନ୍ଦ କରୁଛନ୍ତି ଏବଂ ଏହାକୁ ମଧ୍ୟ ଡାଉନଲୋଡ୍ କରୁଛନ୍ତି। ଭିଡିଓରେ, ବ୍ୟକ୍ତି ଜଣକ ଉତ୍ତର କୋରିଆର ଶାସକ କିମ ଜୋଙ୍ଗ ଉନଙ୍କ ଭଳି ଦେଖାଯାଉଛନ୍ତି। ତାଙ୍କଭଳି ଚେହେରା ମଧ୍ୟ ଭାଇରାଲ ହେବାରେ ଲାଗିଛି ।
କେବଳ ସେତିକି ନୁହେଁ କିମଙ୍କ ପରି ଚଷମା ପିନ୍ଧିଥିବାର ମଧ୍ୟ ନଜର ଆସିଛି। ଏହିପରି ଅନେକ ଉପାୟରେ ବ୍ୟକ୍ତି ଜଣକ ଲୋକମାନଙ୍କୁ ଟକ୍କର ଦେଉଛନ୍ତି । ଆଉ ଗୋଟିଏ ଭିଡିଓରେ, ଏହି ବ୍ୟକ୍ତି ଲୋକଙ୍କୁ ଆଶ୍ଚର୍ୟ୍ୟ କଲାଭଳି କହୁଛନ୍ତି, ‘ହେଲୋ, ମୁଁ କିଙ୍ଗ ଜୋଙ୍ଗ ଉନ୍, ମୁଁ ଭଲ ଅଛି, ମ୍ୟାସେଜ୍ ପାଇଁ ଧନ୍ୟବାଦ’ । ପୁରିନିସୋଗୁନଙ୍କ ଟିକ୍ ଟକ୍ ଆକାଉଣ୍ଟରେ ହଜାର ହଜାର ଫଲୋର୍ସ ଅଛନ୍ତି ।