Odia News Portal

୭ ଭାରତୀୟ ନିଜ ପରିବାର ପାଇଁ ଛାଡିଯାଇଛନ୍ତି ପର୍ଯ୍ୟପ୍ତ ସମ୍ପତି, ଜାଣନ୍ତୁ ସମ୍ପତିର ମୂଲ୍ୟ

ଭୁବନେଶ୍ୱର() ୭ ନାମିଦାମି ଭାରତୀୟ ଯେଉଁମାନେ ନିଜ ମୁତ୍ୟୁ ପରେ ବି ଅମର ହୋଇ ରହିଛନ୍ତି । ଆଜି ଆସନ୍ତୁ ଜାଣିବା ନିଜ ପରିବାର ପାଇଁ ଏମାନେ ଛାଡି ଯାଇଛନ୍ତି କେତେ ସମ୍ପତି ।

ଇରଫାନ ଖାନ: ବଲିଉଡ୍ ଅଭିନେତା ଇରଫାନ ଖାନଙ୍କର ୫୩ ବର୍ଷ ବୟସରେ ମୁମ୍ୱାଇର ଏକ ହସ୍ପିଟାଲରେ  ମୃତ୍ୟୁ ହୋଇଛି । ସେ ବହୁ ଦିନଧରି ଏକ କ୍ୟାନସରରେ ପୀଡ଼ିତ ଥିଲେ ।ତାଙ୍କର ପରିବାରରେ ପତ୍ନୀ ସୁତାପା , ଦୁଇ ପୁଅ ବାବିଲ ଓ ଅୟାନ ଅଛନ୍ତି ।
ତାଙ୍କର ନିଧନ ପରେ ପରିବାର ପାଇଁ କେତେ ସମ୍ପତ୍ତି ସେ ପରିବାର ପାଇଁ ଛାଡ଼ି ଯାଇଛନ୍ତି , ଏହି କଥାର ଚର୍ଚ୍ଚା ଅନେକ ମିଡ଼ିଆ ରିପୋର୍ଟରେ ହୋଇଛି ।
ସେ ପାଖାପାଖି ୩୨୦ କୋଟି ଟଙ୍କାର ମାଲିକ ଥିଲେ। ସେ ଗୋଟେ ଫିଲ୍ମ ପିଛା ୧୫ କୋଟି ଟଙ୍କା ଯାଏ ପାରିଶ୍ରମିକ ନେଉଥିଲେ। ଏହା ବ୍ୟତୀତ ସେ ବିଜ୍ଞାପନରେ ମଧ୍ୟ ମୋଟା ଅଙ୍କର ଅର୍ଥ କମାଉଥିଲେ ।

ଋଷି କପୁର: ବଲିଉଡର ନାମି କଳାକାର ତଥା ରୋମାନ୍ସ କିଙ୍ଗ ଋଷି କପୁର ୩୦ ଏପି୍ରଲ ୨୦୨୦ରେ ନିଜ ଦେହତ୍ୟାଗ କରିଥିଲେ । ଖବର ଅନୁସାରେ ସେ ୩୦୦ କୋଟି ସମ୍ପତିର ମାଲିକ ଥିଲେ ।

ଅରୁଣ ଜେଟଲି: ଭାରତର ଜଣେ ଅଭିଜ୍ଞ ଅର୍ଥନ÷ତିଜ୍ଞ ଭାବେ ଅରୁଣ ଜେଟଲୀ ଖୁବ ପ୍ରଶଂସା ସାଉଟିଥିଲେ । ୨୦୧୪ ନିର୍ବାଚନ ସମୟରୁ ସମ୍ପତି ଘୋଷଣା ଅନୁସାରେ ୧୧୩ କୋଟିର ସମ୍ପତି ଥିବା ସେ ଘୋଷଣା କରିଥିଲେ । ୨୪ ଅଗଷ୍ଟ ୨୦୧୯ରେ ଦେହତ୍ୟାଗ କରିଥିଲେ । ସେ ତାଙ୍କ ପରିବାର ପାଇଁ ୧୦୦ କୋଟି ଟଙ୍କାର ସମ୍ପତି ଛାଡି ଯାଇଥିବାର ଅନୁମାନ କରାଯାଇଛି ।

ଶ୍ରୀଦେବୀ: ବଲିଉଡର ପ୍ରଥମ ମହିଳା ସୁପରଷ୍ଟାର ଭାବେ ସମସ୍ତେ ଶ୍ରୀଦେବୀଙ୍କୁ ଜାଣିଥାନ୍ତି । ଶ୍ରୀଦେବୀଙ୍କ ୨୦୧୮ ମସିହାରେ ଆକସ୍ମିକ ମୃତ୍ୟୁବରଣ ହୋଇଥିଲା । ଯାହା ପୂରା ବିଶ୍ୱକୁ ଚହଲାଇ ଦେଇଥିଲା । ଦୀର୍ଘ ୪୦ ବର୍ଷର ଅଭିନୟ ଜୀବନରେ ସେ ୨୪୭ କୋଟି ଟଙ୍କା ସମ୍ପତିର ମାଲିକାଣୀ ହୋଇପାରିଥିଲେ ।

ବିନୋଦ ଖନ୍ନା: ନିଜ ୪୫ ବର୍ଷର ଅଭିନୟ ଜୀବନ ପରେ ବିନୋଦ ଖନ୍ନା ଜଣେ ରାଜନୀତିଜ୍ଞ ଭାବରେ ମଧ୍ୟ ନିଜକୁ ସାମିଲ କରିପାରିଥିଲେ । ୨୦୧୭ ମସିହାରେ ସେ ମୃତ୍ୟୁ ବରଣ କରିଥିଲେ । ସେ ୫୫.୨ କୋଟି ସମ୍ପତି ନିଜ ପରିବାର ପାଇଁ ଛାଡିଯାଇଥିବା ଅନୁମାନ କରାଯାଉଛି ।

ଓମ ପୁରୀ: ହିନ୍ଦି ଚଳଚିତ୍ର ଜଗତରେ ପରିଚୟ ଦେବାକୁ ପଡୁନଥିବା ବ୍ୟକ୍ତି ମାନଙ୍କର ତାଲିକାରେ ଓମ ପୁରୀ ଅନ୍ୟତମ । ଦିର୍ଘ ୪୫ ବର୍ଷର ଅଭିନୟ ଜୀବନରେ ଉଭୟ ଦେଶ ଓ ବିଦେଶରେ ପ୍ରଶଂସା ସାଉଁଟିଥିଲେ ଓମ ପୁରୀ । ୨୦୧୭ ମସିହାରେ ସେ ମୃତ୍ୟୁମରଣ କରିଥିଲେ । ସେ ନିଜ ପରିବାର ପାଇଁ ୧୫୧ କୋଟି ଟଙ୍କାର ସମ୍ପତି ଛାଡିଯାଇଥିବା ଅନୁମାନ କରାଯାଉଛି ।

ଶଶି କପୁର: ପଦ୍ମଭୁଷଣ ପୁରଷ୍କାର ଧାରୀ ବଲିଉଡ ଜଗତର ଜଣେ ଶ୍ରେÂ କଳାକାର ହେଲେ ଶଶି କପୁର । ସେ ନିଜ ପରିବାର ପାଇଁ ୬୦୦ କୋଟିର ସମ୍ପତି ଛଡିଯାଇଥିବା ସୂଚନା ମିଳିଥିଲା ।