କେନ୍ଦ୍ରାପଡା() ଆଜି କେନ୍ଦ୍ରାପଡା ଜିଲ୍ଲା ପଟାମୁଣ୍ଡାଇ ବ୍ଲକ୍ ସିଂହ ଗାଁର ଆଦିତ୍ୟ ପ୍ରତାପ୍ ମଲ୍ଲିକ,ବୟସ ୫୯, ଅନୁଗୁଳ ରେଙ୍ଗାଲୀ ଡ୍ୟାମ ପ୍ରୋଜେକ୍ଟର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ କାର୍ଯ୍ୟରତ ଥିବା ସମୟରେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ!ପ୍ରଥମେ ତାଳଚେର ହସ୍ପିଟାଲ ଏବଂ ପରେ ରାତି ୮ଟାରେ କଟକ scb ମେଡ଼ିକାଲରେ ଆଡମିଟ୍ ହୋଇଥିଲେ । ରାତି ୧୦.୩୦ ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ମୃତ ଶରୀରକୁ ଘରକୁ ନେବା ପାଇଁ ରାତିସାରା ବହୁତ ଚେଷ୍ଟା କଲାପରେ ସୁପରୀଟେଣ୍ଡେନ୍ଟଙ୍କ ସହ ଆଲୋଚନାକରି, ସୋସିଆଲ ମେଡ଼ି଼ଆରୁ ଜାଣିବାକୁ ପାଇ ଚୋୖଦ୍ବାର କଟକ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ଆଜି ସକାଳ ୧୦ ଟା ବେଳେ ଫୋନ ଯୋଗେ ଯୋଗାଯୋଗ କରିଥିଲେ। ମହୁମାଛି ଆକ୍ରମଣରେ ଲୋକଟିର ମୃତ୍ୟୁ ଘଟିଥିବା ଦୁଃଖଦ ଖବର ପାଇ ପୂର୍ବତନ ବିଧାୟକ ଦିନପ୍ରାୟ ୧୨ଟା ବେଳକୁ ମେଡ଼ିକାଲରେ ପହଞ୍ଚି ନିଶୁଳ୍କ ଆମ୍ବୁଲନ୍ସରେ ମୃତ ଶରୀର ଟିକୁ ତାଙ୍କ ଘରଲୋକଙ୍କ ପାଖକୁ ତାଙ୍କ ଗାଁକୁ ପଠାଇବା ସହ ମେଡିକାଲରେ ଉପସ୍ଥିତ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ।
ଏ ନିଶୁଳ୍କ ଆମ୍ବୁଲନ୍ସ ସେବା ଆଗାମୀ ୧୭ ତାରିଖ ଯାଏଁ ଚାଲିବ ବୋଲି ପୂର୍ବତନ ବିଧାୟକ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.