ଭୁବନେଶ୍ୱର : କେୟାର ହସ୍ପିଟାଲ୍ସ ଭୁବନେଶ୍ୱର ପକ୍ଷରୁ ଘୋଷଣା କରାଯାଇଛି ଯେ ହସ୍ପିଟାଲ୍ରେ ଓପିଡି, ଆଇପିଡି ଏବଂ ସାଧାରଣ ଅସ୍ତ୍ରୋପଚାର ସହିତ ୨୪ ଘଂଟିଆ ଜରୁରୀକାଳୀନ ସେବା ସ୍ୱାଭାବିକ ହୋଇପାରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଭାରତ ସରକାରଙ୍କ ତରଫରୁ ଜାରି କରାଯାଇଥିବା ଗାଇଡ୍ଲାଇନ୍ ଅନୁସାରେ ହସ୍ପିଟାଲ୍ ପରିଚାଳିତ ହେଉଛି । ଏହି ବିଶ୍ୱ ମହାମାରୀ ସମୟରେ ଲୋକମାନଙ୍କ ସୁରକ୍ଷାକୁ ନଜରରେ ରଖି ରୋଗୀମାନଙ୍କୁ ର୍ପୂାଙ୍ଗ ସେବା ପ୍ରଦାନ କରିବାକୁ ଗ୍ରୁପ୍ର ପ୍ରତିବଦ୍ଧତା ରହିଛି । ରୋଗୀ ଓ କର୍ମଚାରୀମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ଲାଗି ହସ୍ପିଟାଲ୍ କର୍ତୃପକ୍ଷ ଅନେକ ସାମାଜିକ ଦୂରତ୍ୱ ଏବଂ ସଂକ୍ରମଣ ନିୟନ୍ତ୍ରଣ ବ୍ୟବସ୍ଥାକୁ ଗ୍ରହଣ କରିଛି । କୋଭିଡ୍-୧୯ ରୋଗୀଙ୍କ ଚିକିା କରିବା ଲାଗି ଫ୍ଲୁ ରୋଗୀଙ୍କ ପାଇଁ ଏକ ଓପିଡି କ୍ଲିନିକ୍ ଏବଂ ନିଶ୍ୱାସ ପ୍ରଶ୍ୱାସ ଜନିତ ରୋଗୀଙ୍କ ପାଇଁ ଏକ ଆଇପିଡି ୟୁନିଟ୍ ସ୍ଥାପନ କରାଯାଇଛି ।
ଓପିଡି ପ୍ରୋଟୋକଲ ବିସୟରେ କେୟାର ହସ୍ପିଟାଲସ୍ ଭୁବନେଶ୍ୱର ହେଡ୍ ଅଫ୍ ଡିପାର୍ଟମେଂଟ୍ ଓ ଆସୋସିଏଟ୍ କ୍ଲିନିକାଲ୍ ଡାଇରେକ୍ଟର ଇରନାଲ ମେଡିସିନ୍ ଡକ୍ଟର ରାଜେଶ ପାଢ଼ୀ କହିଛନ୍ତି ଯେ, ହସ୍ପିଟାଲ୍ରେ ଆବଶ୍ୟକ ସାନିଟାଇଜେସନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଓପିଡିର ଭିଡ଼ କମ୍ କରିବା ଲାଗି କଠୋର ପ୍ରୋଟୋକଲ୍ ଗ୍ରହଣ କରାଯାଇଛି । ସାମାଜି ଦୂରତ୍ୱ ନିୟମକୁ ଆମେ ପାଳନ କରୁଛୁ ଫଳରେ ରୋଗୀ ଏବଂ ଡାକ୍ତରଙ୍କ ପ୍ରତି ବିପଦର ମାତ୍ରା ହ୍ରାସ ପାଇଛି । ହସ୍ପିଟାଲ୍ ଭିତରୁ ପଶୁଥିବା ପ୍ରତିଟି ବ୍ୟକ୍ତିଙ୍କୁ ତିନିଟି ସ୍ତରର ସ୍କ୍ରିନିଂ ଦେଇ ଗତି କରିବାକୁ ପଡ଼ୁଛି । ଯେଉଁମାନଙ୍କ ଠାରେ ଫ୍ଲୁ ଭଳି ଲକ୍ଷଣ ଦେଖାଯାଉଛି ସେମାନଙ୍କୁ ଫିଭର୍ କ୍ଲିନିକ୍କୁ ପଠାଯାଉଛି ଏବଂ ସେମାନଙ୍କୁ ସାଧାରଣ ଓପିଡିରେ ପ୍ରବେଶ ଦିଆଯାଉନାହିଁ ।
କେୟାର ହସ୍ପିଟାଲ୍ର ହେଡ୍ ଅଫ୍ ଡିପାର୍ଟମେଂଟ୍ ଓ ଆସୋସିଏଟ୍ କ୍ଲିନିକାଲ୍ ଡାଇରେକ୍ଟର କେୟାର ଡକ୍ଟର ପ୍ରଜ୍ଞାନ ରାଉତରାୟ କହିଛନ୍ତି ଯେ, ଏକ ଅଣ କୋଭିଡ୍ ହସ୍ପିଟାଲ୍ ହୋଇଥିବାରୁ ପ୍ରତିଟି ଭର୍ତି ସମୟରେ ପ୍ରତିଟି ରୋଗୀଙ୍କ ସ୍କ୍ରିନିଂ କରାଯାଉଥିବା ବେଳେ ଦରକାର ପଡ଼ିଲେ ସ୍ୱତନ୍ତ୍ର ଯାଂଚ ପାଇଁ ପରାମର୍ଶ ଦିଆଯାଉଛି । ଭାରତ ସରକାର ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିୟମଗୁଡ଼ିକୁ ପାଳନ କରାଯାଉଛି । କୌଣସି ରୋଗୀଙ୍କୁ ସଙ୍ଗରୋଧ କରିବାକୁ ହେଲେ ସ୍ୱତନ୍ତ୍ର ରେସ୍ପିରେଟୋରି ୟୁନିଟ୍ ରହିଛି । ହସପିଟାଲ୍ର ବରିଷ୍ଠ ଅଧିକାରୀଙ୍କ ଏକ ଟିମ୍ ନିୟମିତ ଅନୁଧ୍ୟାନ କରି ସ୍ଥିତିର ଅଡିଟ୍ କରୁଛନ୍ତି ଏବଂ ଠିକ୍ ଭାବେ ସବୁ ନିୟମ ପାଳନ ହେଉଥିବା ନିଶ୍ଚିତ କରୁଛନ୍ତି ।
କେୟାର ହସକପିଟାଲ୍ସ ଭୁବନେଶ୍ୱରର ଏମର୍ଜେନ୍ସି ମେଡିସିନ୍ ଡିପାର୍ଟମେଂଟ୍ ମୁଖ୍ୟ ଡକ୍ଟର ଶ୍ରୀନିଭାସୁଲା ରେଡ୍ଡି କହିଛନ୍ତି ଯେ, ଯେଉଁମାନଙ୍କ ଠାରେ ପୂର୍ବରୁ କୌଣସି ପ୍ରକାରର ଅସୁସ୍ଥତା ରହିଛି ସେମାନଙ୍କ ଠାରେ ସଂକ୍ରମଣ ବଢ଼ିବା କିମ୍ବା ସ୍ୱାସ୍ଥ୍ୟ ଉପରେ ରୋଗର ଖରାପ ପ୍ରଭାବ ପଡ଼ିବାର ସମ୍ଭାବନା ଥିବାରୁ କୌଣସି ବିଳମ୍ବ ନକରି ରୋଗୀଙ୍କ ଚିକିା ତୁରନ୍ତ ଆରମ୍ଭ କରାଯାଉଛି । ଜରୁରୀକାଳୀନ ବ୍ୟବସ୍ଥା କ୍ଷେତ୍ରରେ ମଧ୍ୟ ରୋଗୀଙ୍କ କଠୋର ଯାଂଚ କରାଯାଉଛି ଏବଂ ସନ୍ଦେହଜନକ ରୋଗୀଙ୍କ ସ୍ୱତନ୍ତ୍ର ଯାଂଚ କମିଟି ଦ୍ୱାରା ଯାଂଚ କରାଯାଉଛି ଏବଂ ତାଙ୍କୁ ସଙ୍ଗରୋଧ ୟୁନିଟ୍ରେ ଅଲଗା ରଖାଯାଉଛି । ସଙ୍ଗରୋଧ ୟୁନିଟ୍ରେ ତାଙ୍କୁ ସବୁ ପ୍ରକାର ଆବଶ୍ୟକ ଚିିକିା ସୁବିଧା ଦିଆଯାଉଛି ଏବଂ ତାଙ୍କ ଟେଷ୍ଟ ନେଗେଟିଭ୍ ଆସିବା ପରେ ତାଙ୍କୁ ସାଧାରଣ ୱାର୍ଡ/ୟୁନିଟ୍କୁ ଅଣାଯାଉଛି ।