Odia News Portal

କାହିଁକି ବାଇକରେ ଥାଏ ୧୪୦ kmphର ସ୍ପିଡୋମିଟର, ଜାଣନ୍ତୁ …

ଭୁବନେଶ୍ୱର () ଆପଣ ଯେ କୌଣସି ସାଧାରଣ ବାଇକର ସ୍ପିଡୋମିଟରକୁ କେବେ ଧ୍ୟାନର ସହିତ ଦେଖିଛନ୍ତି କି ? ଏଥିରେ ୧୪୦ କିଲୋମିଟର ପ୍ରତି ଘଣ୍ଟା ଦେଖିବାକୁ ମିଳେ । ଆପଣ କୌଣସି ସ୍କୁଟରର ମଧ୍ୟ ସ୍ପିଡୋମିଟର ଦେଖିଥିବେ ଯେଉଁଥିରେ କି ୧୧୦ କିମ୍ବା ଏହାଠୁ ଅଧିକ ନମ୍ବର ଦେଖିବାକୁ ମିଳିଥାଏ । ଏପରିକି ଆପଣ ବହୁତ ପୂରୁଣା ମଡେଲ ବାଇକ୍ ୟାମାହା rଙ୍ଘ ୧୦୦ର ସ୍ପିଡୋମିଟରରେ ମଧ୍ୟ ୧୪୦ କିଲୋମିଟର ଘଣ୍ଟା ପ୍ରତି ଦେଖିବାକୁ ପାଇବେ । କିନ୍ତୁ ଆପଣ ଯେତେବେଳେ ବି ଖାଲି ରାସ୍ତାରେ ବାଇକ ଚଲାଉଥିବେ ଏବଂ ଆକ୍ସଲିରେଟରକୁ ଶେଷ ପର୍ୟ୍ୟନ୍ତ ମୋଡିଲେ ମଧ୍ୟ ଏହା ଅତିବେଶିରେ ୧୦୦ କିମ୍ବା ସାମାନ୍ୟ ଅଧିକ ସ୍ପିଡ୍ ପର୍ୟ୍ୟନ୍ତ ଯାଇପାରିଥାଏ । ତେବେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠୁଥିବ କି କାହିଁକି ମିଟରରେ ୧୪୦ ପର୍ୟ୍ୟନ୍ତ ଲେଖା ଦେଖିବାକୁ ମିଳୁଛି । ତେବେ ଆସନ୍ତୁ ଜାଣିବା …

ସାଧାରଣତଃ ୧୦୦ କିମ୍ବା ୧୫୦ ସିସି ପର୍ୟ୍ୟନ୍ତ ବାଇକର ସ୍ପିଡୋମିଟରରେ ୧୪୦ କିଲୋମିଟର ପ୍ରତିଘଣ୍ଟା ପର୍ୟ୍ୟନ୍ତ ଲେଖା ଦେଖିବାକୁ ମିଳିଥାଏ । ଏବେ ଅଧିକାଂଶ ବାଇକ୍ ଏବଂ ସ୍କୁଟର ଡିଜିଟାଲ ସ୍ପିଡୋମିଟର ସହିତ ଆସୁଛି । ଏହି ବାଇକ୍ ଗୁଡିକ ୧୧୫ କିମ୍ବା ଅତିବେଶିରେ ୧୨୦ ସ୍ପିଡ୍ ପର୍ୟ୍ୟନ୍ତ ଯାଇପାରିଥାଏ । ତେବେ କଳ୍ପନା କରନ୍ତୁ ଆପଣ କୌଣସି ଗଡାଣିଆ କିମ୍ବା ପାହାଡିଆ ରାସ୍ତାରେ ଯାଉଛନ୍ତି । ବହୁତ ବଡ ଗଡାଣିଆ ରାସ୍ତାରେ ଆପଣଙ୍କ ବାଇକ୍ ୧୨୦ ରୁ ଅଧିକ ସ୍ପିଡରେ ମଧ୍ୟ ଗଡିପାରେ । କିନ୍ତୁ ଯଦି ଆପଣଙ୍କ ମିଟରରେ କେବଳ ୧୦୦ ପର୍ୟ୍ୟନ୍ତ ଲେଖାଥିବ ତେବେ ଆପଣ ଜାଣିପାରିବେନି ଯେ ଆପଣ କେତେ ସ୍ପିଡରେ ତଳକୁ ଖସୁଛନ୍ତି । କାରଣ ମିଟର କଣ୍ଟା ସେତିକିରେ ଆସି ରହିଯିବ ଆଉ ଆଗକୁ ଯିବନି । ଏଥିପାଇଁ ମିଟରରେ ଗାଡିର ସର୍ବାଧିକ ସ୍ପିଡ୍ ଠାରୁ ମଧ୍ୟ ଅଧିକ ପର୍ୟ୍ୟନ୍ତ ଲେଖା ଦେଖିବାକୁ ମିଳିଥାଏ ।

ଦ୍ୱିତୀୟ କାରଣ ହେଉଛି ସ୍ପିଡୋମିଟରର ଡିଜାଇନ୍ । ମାନୁଆଲ ସ୍ପିଡୋମିଟର ଅଳ୍ପ ସିଡ୍ ଏବଂ ହାଇସ୍ପିଡରେ କମ୍ ସଠିକ୍ ଦର୍ଶାଇଥାଏ । ଏବଂ ମଝିରେ କଣ୍ଟା ଥିବାବେଳେ ଏହା ସଠିକ୍ ସ୍ପିଡ୍ ଦର୍ଶାଇଥାଏ । ଏହାକୁ ସ୍ପିଡୋମିଟର ଏରର୍ କୁହାଯାଏ । ୟୁରୋପିୟନ୍ ୟୁନିୟନ୍ ହିସାବରେ କୌଣସି ସ୍ପିଡୋମିଟର ପ୍ରକୃତ ସ୍ପିଡରୁ କମ୍ ଦେଖାଇ ପାରିବନି । ଏଥିପାଇଁ ଏଥିରେ ଥିବା ସଂଖ୍ୟା ଲେଖାକୁ ଅଧିକ ପର୍ୟ୍ୟନ୍ତ ରଖାଯାଇଥାଏ ଯାହା ଫଳରେ କଣ୍ଟା ମଝିରେ ରହିବ ଏବଂ ସଠିକ୍ ସ୍ପିଡ୍ ଦର୍ଶାଇ ପାରିବ । ଅର୍ଥାତ୍ ମିଟରରେ ଲେଖାଯାଇଥିବା ସର୍ବାଧିକ ସ୍ପିଡର ୮୦ ପ୍ରତିଶତ ହେଉଛି ବାଇକର ଟପ୍ ସ୍ପିଡ୍ ।