Odia News Portal

ମାତ୍ର ୪ ବର୍ଷ ବୟସରେ ଏମିତି ଯୋଗ କରୁଛନ୍ତି ଭାରତୀୟ ଅଲରାଉଣ୍ଡରଙ୍କ ଝିଅ

ଭାରତୀୟ ଅଲରାଉଣ୍ଡର କ୍ରିକେଟର ସୁରେଶ ରାଇନା ଦ୍ରୁତ ବୋଲର ଭାବେ ବେଶ ଜଣାଶୁଣା। ତାଙ୍କ ଫିଟନେସକୁ ନେଇ ରାଇନା ମଧ୍ୟ ବେଶ୍‌ ସତର୍କ। ଏବେ ତାଙ୍କ ରାସ୍ତାକୁ ଆପଣାଇଛନ୍ତି ଝିଅ ଗ୍ରାସିଆ। ମାତ୍ର ୪ ବର୍ଷ ବୟସରେ ଗ୍ରାସିଆ ଏପରି ଯୋଗ କରୁଛନ୍ତି, ଯାହା ଆପଣ ଦେଖଲେ ଆଶ୍ଚର୍ଯ୍ୟ ହୋଇଯିବେ। ଗ୍ରାସିଆଙ୍କ ଏପରି କିଛି ଯୋଗ କରିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ରାଇନାଙ୍କ ପତ୍ନୀ ଏହି ଫଟୋକୁ ସେୟାର କରିଛନ୍ତି। ଯେଉଁଥିରେ ଗ୍ରାସିଆ ଜଣେ ଫ୍ରଫେସନାଲ ଭାବେ ଯୋଗ କରୁଥିବାର ନଜର ଆସିଛନ୍ତି। ଗ୍ରାସିଆ କୋଣାସନ, ଉଷ୍ଠାସନ ଭଳି ଯୋଗ କରୁଥିବାର ନଜର ଆସିଛନ୍ତି। ସୂଚନାଯୋଗ୍ୟ, ୨୦୧୫ରେ ରାଇନା ଏବଂ ପ୍ରିୟଙ୍କାଙ୍କ ବିବାହ ହୋଇଥିଲା। ୨୦୧୬ରେ ଜନ୍ମ ନେଇଥିଲେ ଗ୍ରାସିଆ। ରାଇନା ଝଇଅ ଗ୍ରାସିଆ ଇନଷ୍ଟାଗ୍ରାମରେ ବେଶ୍‌ ଜଣାଶୁଣା। ଗ୍ରାସିଆଙ୍କର ପାଖାପାଖି ୧ ଲକ୍ଷ ଫଲୋୟର ରହିଛନ୍ତି।