Odia News Portal

ଏହି ଅଭିନେତାଙ୍କ ଠାରୁ ଅଲଗା ହେବେ ତାଙ୍କର ପତ୍ନୀ

ମୁମ୍ୱାଇ :  ଅଭିନେତାଙ୍କ ଠାରୁ ଅଲଗା ହେବେ ତାଙ୍କର ପତ୍ନୀ । ସାତ ଜନମକୁ ସାଥି ହୋଇ ରହିବାର ଶପଥ ନେଇଥିବା ଏହି ଯୋଡ଼ି ଏବେ ପରସ୍ପର ଠାରୁ ଦୂରେଇ ଯିବେ । ଏହାକୁ ନେଇ ଏବେ ବି-ଟାଉନ୍‌ରେ ଚର୍ଚ୍ଚା ଜୋର ଧରିଛି।

ସୂଚନା ଯେ, ବଲିଉଡ୍ ଅଭିନେତା ନୱାଜୁଦ୍ଦିନ୍‌ ସିଦ୍ଦିକ୍‌ଙ୍କ ପତ୍ନୀ ଆଲିୟା ସିଦ୍ଦିକ୍‌ ତାଙ୍କୁ  ଛାଡ଼ପତ୍ରର ଲିଗଲ ନୋଟିସ୍‌ ପଠାଇଛନ୍ତି। ନୱାଜଙ୍କ ପତ୍ନୀ ଏହା ସହ ମେଣ୍ଟେନାନ୍ସ  ଆମାଉଣ୍ଟର ମଧ୍ୟ ଦାବି କରିଛନ୍ତି । ମିଡ଼ିଆ ରିପୋର୍ଟ ମୁତାବକ  ଆଲିୟା  ୭ ମେ’ ରେ ଏହି ଅଭିନେତାଙ୍କୁ ନୋଟିସ୍‌  ପଠାଇ ଦେଇଥିଲେ।

ନୱାଜୁଦ୍ଦିନ୍‌ ସିଦ୍ଦିକ୍‌ ମୁମ୍ୱାଇରୁ ଉତ୍ତର ପ୍ରଦେଶର ମୁଜଫରନଗର ଜିଲ୍ଲାର ବୁଢ଼ାନା ସ୍ଥିତ  ନିଜର ଘରେ ପହଞ୍ଚି ସାରିଛନ୍ତି ଏବଂ ସେ ,ପରିବାର ସହ ୧୪ ଦିନ ପାଇଁ  କ୍ୱାରେଣ୍ଟାଇନରେ ରହିଛନ୍ତି । ଅଭିନେତା ଓ ତାଙ୍କର ପରିବାରଙ୍କ ସଦସ୍ୟଙ୍କର ମେଡିକଲ ସ୍କ୍ରିନଂ କରାଯାଇଛି । ସବୁ ରିପୋର୍ଟ ନେଗେଟିଭ୍ ଆସିଛି ।

ନୱାଜୁଦ୍ଦିକ୍‌ ସିଦ୍ଦିକ୍‌ଙ୍କର ପତ୍ନୀ ଆଲିୟା ମିଡ଼ିଆକୁ କହିଛନ୍ତି କି, ଛାଡ଼ପତ୍ର ନେବାର ନିଷ୍ପତ୍ତି ପଛରେ କୌଣସି ଗୋଟିଏ କାରଣ ନାହିଁ । ବରଂ ନୱାଜଙ୍କ ସହ ଅନେକ ସମସ୍ୟା ଥିଲା । ସବୁ କାରଣ ବହୁତ ସାଙ୍ଘାତିକ୍‌ ଅଟେ ।

୨୦୦୯ ମସିହାରେ  ନୱାଜ ଓ ଆଲିୟା ବିବାହ କରିଥିଲେ –

ନୱାଜ ଓ ଆଲିୟା ୨୦୦୯ ମସିହାରେ ପରସ୍ପରର ହାତ ଧରିଥିଲେ ।  ଏହାପରେ ସେ ନିଜର ନାଁ ଅଞ୍ଜଳିକୁ ବଦଳାଇ ଆଲିୟା ରଖିଥିଲେ । ସେମାନଙ୍କର ବିବାହକୁ ୧୧ ବର୍ଷ ବିତିଯାଇଛି । ଦୁହିଁଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।