ଟିକଟକ ଷ୍ଟାର ଫେଜଳ ସିଦ୍ଧିକୀ ନିଜର ନୂଆ ଭିଡ଼ିଓକୁ ନେଇ ବିବାଦରେ ଫସିଛନ୍ତି। ସୂଚନା ମୁତାବକ ଟିକଟକରେ ଫେଜଲଙ୍କର ୧୩.୫ମିଲିୟନ ଫଲୋର୍ସ ରହିଛନ୍ତି। ସୂଚନା ମୁତାବକ ଫେଜଲ ତାଙ୍କର ଏହି ନୂଆ ଭିଡ଼ିଓରେ ମହିଳାଙ୍କ ଉପରେ ‘ଏସିଡ଼ ଆଟାକ’କୁ ପ୍ରୋତ୍ସାହନ କରିଛନ୍ତି। ଯେଉଁ କାରଣରୁ ଫେଜଲ ସିଦ୍ଧିକୀଙ୍କ ବିରୁଧରେ ସାଇବର କ୍ରାଇମ ମାମଲା ରୁଜୁ କରାଯାଇଛି।
ଫେଜଲଙ୍କର ଏହି ଭିଡ଼ିଓ ମାଇକ୍ରୋ ବ୍ଲଙ୍ଗିଙ୍ଗ ସାଇଟ ଟ୍ୱିଟରରେ ମଧ୍ୟ ସେୟାର କରାଯାଇଛି। ଟ୍ୱିଟରରେ ଏହି ଭିଡ଼ିଓ ଦେଖିବା ପରେ ଅନେକ ୟୁଜର୍ସ ନିଜର କଡା ପ୍ରତିକ୍ରିୟା ଦେବା ସହ ଫେଜଲଙ୍କ ବିରୁଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।
ଏହି ଭିଡ଼ିଓରେ ନଜର ଆସୁଥିବା ଫେଜଲ ସିଦ୍ଧିକୀ ଜଣେ ଝିଅ ଉପରେ ପାଣି ଭଳି କିଛି ଫୋପାଡୁଥିବାର ନଜର ଆସିଛନ୍ତି। ଯାହା ବିଷୟରେ ଭିଡ଼ିଓରେ ଏହାକୁ ଏସିଡ଼ କୁହାଯାଉଛି। ସେ ପ୍ରଥମେ ଝିଅଟିକୁ ଧମକ ଦେବାପରେ ପରେ ଏହି ଜିନିଷ ତାଙ୍କ ଉପରକୁ ଫୋପାଡିଛନ୍ତି। ପରେ ଭିଡ଼ିଓର ଆଗାମୀ ଦୃଶ୍ୟରେ ଝିଅଟିର ଚେହେରା ଖରାପ ହେବାର ନଜର ଆସିଛି।
ଅନ୍ୟପଟେ ଏହି ଭିଡ଼ିଓକୁ ଦେଖିବା ପରେ ରାଷ୍ଟ୍ରୀୟ ମହିଳା ଆୟୋଗର ଅଧକ୍ଷ ରେଖା ଶର୍ମା କହିଛନ୍ତି, ସେ ଏହି ଘଟଣାକୁ ପୋଲିସ ଏବଂ Tiktok India ପର୍ଯ୍ୟନ୍ତ ନେଇଯିବେ। ସୂଚନା ମୁତାବକ ଫେଜଲ ସିଦ୍ଧିକୀଙ୍କୁ ‘Team Of Nawab’ର ପ୍ରିନ୍ସ କୁହାଯାଏ।