ଭୁବନେଶ୍ୱର() ରାଜ୍ୟରେ ଏବେ ଦୁଇ ଦୁଇଟି ପ୍ରାକୃତିକ ବିପତ୍ତି ସହ ଲଢ଼ୁଛି। ଗୋଟେ ପଟେ କରୋନା କାଳ ସାଜିଥିବା ବେଳେ ଏବେ ମହାବାତ୍ୟା ଅମ୍ପାନ ଆମ ସାମ୍ନାରେ ଛିଡା ହୋଇଛି। କଥାରେ ଅଛି ଓଡ଼ିଆ ପୁଅ ଭାରି ସାହାସି। ସବୁ ବିପତ୍ତି ସାମ୍ନା କରିବାରେ ମାହୀର। ଯାହା କି ପୂର୍ବରୁ ରାଜ୍ୟ ସରକାର କରିକି ଦେଖେଇଛନ୍ତି। ସେ ଫନି ହେଉ କି ହୁଡ଼ ହୁଡ଼ ସବୁର ସଫଳ ମୁକାବିଲା କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁଥିପାଇଁ କି ଜାତୀୟ ସ୍ତରରେ ମଧ୍ୟ ପୁରସ୍କୃତ ହୋଇଛନ୍ତି । ତେଣୁ ଏଥର ମଧ୍ୟ ଉଭୟ କରୋନା ଓ ଅମ୍ପାନର ମୁକାବିଲା ରାଜ୍ୟ ସରକାର ସଫଳତାର ସହ କରିବେ ବୋଲି ବିଶ୍ୱାସ ରଖିଛନ୍ତି ।
ରାଜ୍ୟରେ ଉଭୟ କରୋନା ଓ ଅମ୍ପାନ ମୁକାବିଲାର ଭାର ସମ୍ଭାଳିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରିୟ ତଥା ବିଜେଡି ସଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି)। ଆଜି ମୁଖ୍ୟମନ୍ତ୍ରୀଙ୍କ ହନୁମାନ ସାଜି ସେ ବାତ୍ୟା ପୂର୍ବରୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ପରିଦର୍ଶନ କରିଛନ୍ତି ।ଯାଜପୁର, ବାଲେଶ୍ବର, ଭଦ୍ରକ ଗସ୍ତ କରିଛନ୍ତି । ସେଠାକାର ବାସ୍ତବିକ ଚିତ୍ରକୁ ଅନୁଧ୍ୟାନ କରିଛନ୍ତି। ଏ ବିପର୍ଯ୍ୟୟର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । ଏହାସହ ସବୁ ଜିଲ୍ଲାପାଳ ଅଫିସ ଯାଇ ସେଠାରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବରେ ଜିଲ୍ଲାମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି ପ୍ରଣବ।ସେଠାକାର ବିଧାୟକ , ସ୍ଥାନୀୟ ବିଜେଡି ନେତୃତ୍ୱଙ୍କୁ ଲୋକଙ୍କ ଯେମିତି କିଛି ଅସୁବିଧା ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି। କାରଣ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ବାତ୍ୟାରେ ଯେପରି ଜଣଙ୍କର ବି ଜୀବନ ଯିବ ନାହିଁ ତାହା ପ୍ରତି ଦୃଷ୍ଟି ଦେବାକୁ ବାସ ସେହି କାମରେ ଲାଗିପଡିଛନ୍ତି ନେତା ଓ ଜନତା । ରାଜ୍ୟ ସରକାର ଏବଂ ନେତାଙ୍କ ଉଦ୍ୟମ ଫଳରେ ଫଳରେ ଏପର୍ଯ୍ୟନ୍ତ ୯୦ ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଗଲାଣି ।ଯାହାକି କାଲି ସକାଳ ସୁଦ୍ଧା ୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରୁବାକୁ ଯୋଜନା କରାଯାଇଛି। ତେବେ ସବୁବେଳେ ବିପଦ ସମୟରେ ଲୋକଙ୍କ ସହ ରହି ଲଢ଼ିବାକୁ ଭଲ ପାଆନ୍ତି ପ୍ରଣବ । ଲୋକଙ୍କ ପାଇଁ ତାଙ୍କ ଦଳ ସବୁବେଳେ ଓ ସବୁ ସମୟରେ ତାହା ସେ ନିଜେ ନିଜର କାମରେ ପ୍ରମାଣିତ କରନ୍ତି । ଖାସ ସେଥିପାଇଁ ତ ମୁଖ୍ୟମନ୍ତ୍ରୀଙ୍କର ସେ ଅତି ପ୍ରିୟ ହୋଇପାରିଛନ୍ତି।
Sign in
Sign in
Recover your password.
A password will be e-mailed to you.