Odia News Portal

ରାଜ୍ୟରେ ମଦ ହୋମ ଡ଼େଲିଭରି ପାଇଁ ଅନୁମତି

ଭୁବନେଶ୍ୱର() ରାଜ୍ୟରେ ମଦ ହୋମ ଡ଼େଲିଭରି ପାଇଁ ଅନୁମତି ମିଳିଛି । ଆସନ୍ତା ୨୪ରୁ ଏହି ନିୟମ କାର୍ଯ୍ୟକାରୀ ହେବ । କିନ୍ତୁ କଣ୍ଟେନମେଣ୍ଟ ଜୋନରେ ଏହି ନିୟମ ଲାଗୁ ହେବ ନାହିଁ । କୌଣସି କାଉଣ୍ଟରରେ ମଦ ବିକ୍ରି କରିବାକୁ ସରକାର ଅନୁମତି ଦେଲେ ନାହିଁ । ଓଡ଼ିଶା ଅବକାରୀ ନିୟମ-୨୦୧୭ରେ ସଂଶୋଧନ ହୋଇଛି । ସ୍ପେଶାଲ କୋଭିଡ଼ ଫି ଲଗାଇ ମଦର ଦର ବଢ଼ାଇଛନ୍ତି ସରକାର । ସମସ୍ତ ପ୍ରକାର ମଦର ଦର ୫୦% ବୃଦ୍ଧି କରାଯାଇଛି । ଏହାସହ ରିଟେଲର ଚାହିଁଲେ ମଦ ନିଜେ ହୋମ ଡ଼େଲିକରି କରିପାରିବେ ନଚେତ ଏଥିସହ ଫୁଡ଼ ଡ଼େଲିଭରି ସଂସ୍ଥାର ମଧ୍ୟ ସେମାନେ ସହଯୋଗ ନେଇପାରିବେ । ମିଳିବାକୁ ଥିବା ରାଜସ୍ୱ କରୋନା ମୁକାବିଲା କ୍ଷେତ୍ରରେ ଖର୍ଚ୍ଚ କରାଯିବ ।
କରୋନା ସତର୍କତାକୁ ଦୃଷ୍ଟି ରେ ରଖି ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ଅନ୍ୟ କିଛିଟା ରାଜ୍ୟରେ ମଦ କାଉଣ୍ଟର ଓ ହୋମ ଡ଼େଲିଭରି ହେଉଥିଲା । କିନ୍ତୁ ଓଡ଼ିଶାରେ ଏହା ସମ୍ପୂର୍ଣ୍ଣ ବନ୍ଦ ଥିଲା । ସ୍ଥିତି ଅନୁଧ୍ୟାନ ପରେ ରାଜ୍ୟରେ ମଦ ହୋମ ଡ଼େଲିକରି ପାଇଁ ଅନୁମତି ଦେଇଛନ୍ତି ସରକାର ।