Odia News Portal

ସ୍ନାନଯାତ୍ରା ପାଇଁ ଶ୍ରୀ ବଳଦେବ ଜୀଉ ମନ୍ଦିର ଅଞ୍ଚଳରେ୧୪୪

କେନ୍ଦ୍ରାପଡା() ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ସ୍ନାନ ଯାତ୍ରା ଭଳି କେନ୍ଦ୍ରାପଡାର ପ୍ରସିଦ୍ଧ ଶ୍ରୀ ବଳଦେବ ଜୀଉଙ୍କ ସ୍ନାନ ଯାତ୍ରା ଆସନ୍ତାକାଲି ଅନୁଷ୍୍ଠ୍ତତ ହେବ     । ବିନା ଦର୍ଶକରେ ସ୍ନାନ ଯାତ୍ରା ଉତ୍ସବ ଅନୁÂିତ ହେବ ବୋଲି ମନ୍ଦିର ପ୍ରଶାସନ, ସେବାୟତ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି । ଏହି ନିଷ୍ପତି ଅନୁଯାୟୀ ଆଜି ସନ୍ଧ୍ୟାରୁ ଇଚ୍ଛାପୁର ସ୍ଥିତ ଶ୍ରୀ ବଳଦେବ ଜୀଉ ମନ୍ଦିର ଚାରି ପଟେ ଓ ରଥ ଦାଣ୍ଡରେ ପୋଲିସ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ମନ୍ଦିର ଭିତରକୁ କୌଣସି ଭକ୍ତଙ୍କୁ ପ୍ରବେଶ କରିବା ପାଇଁ ବାରଣ କରାଯାଇଛି । ଆଜି ରାତିରୁ ଠାକୁରଙ୍କ ପହଣ୍ଡି ବିଜେ ହୋଇ ସ୍ନାନ ବେଦୀକୁ ଆସିବେ । ବିନା ଭକ୍ତରେ ସ୍ନାନଯାତ୍ରା ହେଉଥିବାରୁ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ହତାଶ ଭାବ ଦେଖାଦେଇଥିଲେ ମଧ୍ୟ କରୋନା ଭୂତାଣୁ ପାଇଁ ଜାରି ହୋଇଥିବା କଟକଣା ଯୋଗୁଁ ଏଭଳି କରାଯାଇଛି ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।