ମୁମ୍ୱାଇ : ବଲିଉଡ୍ ଅଭିନେତ୍ରୀ ତଥା ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ସୁନ୍ଦରୀ ଝିଅ ଜାହ୍ନବୀ କପୁର ଏବେ ଖୁବ୍ ଚର୍ଚ୍ଚାରେ । ସେ ଏହି ୨୩ ବର୍ଷରେ ଏକ ପିଲା ଚାହୁଁଛନ୍ତି ବୋଲି ଏକ ପୋଷ୍ଟ ଏବେ ଖୁବ୍ ଭାଇରାଲ ହେଉଛି । ଜାହ୍ନବୀ କଣ ଏତେ ଶୀଘ୍ର ନିଜ କ୍ୟାରିୟର ଅପେକ୍ଷା ବାହା ହୋଇ ପିଲା ଜନ୍ମ କରିବାକୁ ମନ କଲେଣି ? ବାହା ହୋଇ ସଂସାର କରିବା ଚକ୍କରରେ ପଡ଼ି ଗଲେକି ? ସତ କଣ ତାହେଲେ ଆସନ୍ତୁ ଜାଣିବା
ଅଭିନେତ୍ରୀ ଜାହ୍ନବୀ କପୁର ଗୋଟିଏ ମାତ୍ର ବଲିଉଡ୍ ଫିଲ୍ମ କରିଛନ୍ତି । କିନ୍ତୁ ସେ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ସୋସିଆଲ ମିଡ଼ିଆରେ ସେ ଖୁବ୍ ଆକ୍ଟିଭ୍ ରହିଥାନ୍ତି । ତାଙ୍କର ଅନେକ ଫ୍ୟାନ୍ ଫୋଲୋୟର। ଏବେ ଜାହ୍ନବୀ ସୋସିଆଲ ମିଡ଼ିଆରେ ଯେଉଁ କଥା କହିଛନ୍ତି , ତାକୁ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି ।
ଜାହ୍ନବୀ କପୁର ନିଜର ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ନିଜର ଏହି ସୁନ୍ଦର ଫଟୋ ସହ ସେ ଲେଖିଛନ୍ତି – ଏଠାରେ ଆପଣ ପିଲାଙ୍କୁ ଦେଖୁଛନ୍ତି । ଜାହ୍ନବୀ କପୁରଙ୍କର ଏହି ପୋଷ୍ଟରେ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କ ପୁଅ ତଥା ତାଙ୍କର ବେଷ୍ଟଫ୍ରେଣ୍ଡ ତନିଷା ସନ୍ତୋଷୀ ଲେଖିଛନ୍ତି , କିଏ ପିଲା ? କଛ ତୁମେ ପିଲା ଚାହୁଁଛ । ଏହି ପ୍ରଶ୍ନରେ ଜାହ୍ନବୀ କପୁର ଉତ୍ତର ଦେଇ କହିଛନ୍ତି , ହଁ । ସୋସିଆଲ ମିଡ଼ିଆରେ ଏହି ଦୁଇ ବନ୍ଧୁଙ୍କର କଥାବାର୍ତ୍ତାକୁ ଲୋକେ ବହୁତ ପସନ୍ଦ କରୁଛନ୍ତି ।
ଜାହ୍ନବୀ କପୁରଙ୍କର ୨୦୧୮ରେ ଫିଲ୍ମ ‘ଧଡ଼କ୍’ରୁ ଡେବ୍ୟୁ କରିଥିଲେ । ଏବେ ସେ ଆଗକୁ ଗୁଞ୍ଜନ ସକ୍ସେନା : ଦ କାରଗିଲ୍ ଗର୍ଲ , ରୁହିଅଫଜା, ଦୋସ୍ତାନା -୨, ତଖତ୍ ଆଦି ଫିଲ୍ମରେ ନିଜର ଆସିବେ ।