Odia News Portal

ଡିପ୍ରେସନରେ ବଲିଉଡ୍ ଜଗତର ନାମିଦାମୀ ଅଭିନେତ୍ରୀ

ମୁମ୍ବାଇ() ଖାଲି ଯେ ସୁଶାନ୍ତ ନୁହେଁ ବଲିଉଡ୍ ଜଗତର ଅନେକ ନାମିଦାମୀ କଳାକାର ମଧ୍ୟ ଡିପ୍ରେସନର ଶିକାର ହୋଇଛନ୍ତି । ବିଭିନ୍ନ କାରଣରୁ ସେମାନେ ଡ୍ରିପେସନରେ ଦିନ ଅତିବାହିତ କରିଛନ୍ତି । କେତେବେଳେ କେହି ଷ୍ଟାର୍ ଭାଙ୍ଗି ପଡିଛନ୍ତି ତ ଆଉ କେହି ଏହାର ମୁକାବିଲା କରିଛନ୍ତି । ତେବେ ଏହି ଡିପ୍ରେସନ ସମୟର କଠିନ ପରିସ୍ଥିତି ଅସହ୍ୟ ବୋଲି କହିଛନ୍ତି ବଲିଉଡ୍ ଅବିନେତ୍ରୀ ସୁସ୍ମିତା ସେନ୍ ।

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ରବିବାର ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରି ଜୀବନ ହାରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୩୪ ବର୍ଷ ବୟସ ହୋଇଥିଲା । ଗତ ୬ ମାସ ଧରି ସେ ଡିପ୍ରେସନରେ ଥିବା କୁହାଯାଉଛି । ତାଙ୍କ ମୃତ୍ୟୁ ପରେ ଅଭିନେତ୍ରୀ ସୁସ୍ନିତା ସେନ୍ ମଧ୍ୟ ଡିପ୍ରେସନରେ ରହିଥିବା କହିଛନ୍ତି ।

ସୁସ୍ମିତା ସେନ୍ କହିଛନ୍ତି ଯେ, ସେ ଅନେକ ମାନସିକ ଚାପର ଶିକାର ହୋଇଛନ୍ତି । ଏହା ବହୁତ କଷ୍ଟ ଦିଏ ।ଏହି ସମୟରେ ହସିବା ଏକ ପ୍ରକାର ଅସମ୍ଭବ ହୋଇଯାଏ ।ଏତେ ସବୁ ପରିସ୍ଥିତିରେ କଣ କରିବା ଉଚିତ୍ କଣ ଅନୁଚିତ ତାହା ବିଚାର କରିହୁଏ ନାହିଁ । ତେବେ ଆମକୁ ସଠିକ ରାସ୍ତାକୁ ବାଛିବାକୁ ହେବ । କିନ୍ତୁ ସବୁ ମଣିଛ ସମାନ ନୁହଁନ୍ତି । କିଛି ଲୋକଙ୍କୁ ବନ୍ଧୁ ଓ ପରିବାର ବର୍ଗଙ୍କ ସମର୍ଥନ ଆବଶ୍ୟକ ପଡେ । କିଛି ମାନସିକ ଚିକିତ୍ସକଙ୍କ ନିକଟକୁ ଯାଇଥାନ୍ତି । ଏହା ତାଙ୍କର ସମସ୍ୟା ଉପରେ ନିର୍ଭର କରିଥାଏ । ସେ ନିଜେ ତାଙ୍କ ଝିଅର ଲାଳନପାଳନ କରୁଛନ୍ତି । ସେ ଆତ୍ମହତ୍ୟା କରିବା କଥା କେବେ ହେଲେ ଚିନ୍ତା କରିପାରିବେ ନାହିଁ ବୋଲି କହିଛନ୍ତି ।