Odia News Portal

କଫି ସପ୍‌ରେ ବଦଳିଲା ଏହି ଅଭିନେତ୍ରୀଙ୍କ ଭାଗ୍ୟ

ମୁମ୍ବାଇ : ଏକାଧାରରେ ଜଣେ ବଲିଉଡ୍‌ ଅଭିନେତ୍ରୀ, ଟିଭି ଉପସ୍ଥାପିକା ଏବଂ ମଡେଲ୍‌ ଭାବେ ଲିସା ହେଡନ୍‌ ସୁପରିଚିତ । ‘ଆୟଶା’, ‘କ୍ୱିନ୍‌’, ‘ହାଉସଫୁଲ୍‌-୩’, ‘ଏ ଦିଲ୍‌ ହେ ମୁସ୍କିଲ’ ଭଳି ଫିଲ୍ମରେ ଦର୍ଶକମାନେ ତାଙ୍କର ଅଭିନୟ ପ୍ରତିଭାକୁ ଦେଖିସାରିଛନ୍ତି । ତେବେ ବଲିଉଡ୍‌ରେ କିଭଳି ତାଙ୍କର ଏଣ୍ଟ୍ରି ହେଲା ସେକଥା ଅନେକ ହୁଏତ ଜାଣିନଥିବେ । ଲିସାଙ୍କୁ ବଲିଉଡ୍‌ରେ ଏଣ୍ଟ୍ରି କରାଇଥିଲେ ଅଭିନେତା ଅନୀଲ କପୁର ।

ଅନୀଲ ଥରେ ଏକ କଫି ସପ୍‌ରେ ଲିସାଙ୍କୁ ଦେଖିଥିଲେ । ସେଠାରେ ତାଙ୍କ ସହ କଥା ହୋଇ ସେ ଏତେମାତ୍ରାରେ ପ୍ରଭାବିତ ହୋଇଥିଲେ ଯେ ତୁରନ୍ତ ଫିଲ୍ମ ‘ ଆୟଶା’ ପାଇଁ ତାଙ୍କୁ ଚୁକ୍ତିବଦ୍ଧ କରିଥିଲେ । ଯଦିଓ ଏହି ଫିଲ୍ମଟି ବକ୍ସ ଅଫିସରେ କ୍ଲିକ୍‌ କରିନଥିଲା, ତେବେ ତାହା ଲିସାଙ୍କର ଭାଗ୍ୟକୁ ପରିବର୍ତ୍ତନ କରି ଦେଇଥିଲା । ସେଥିରେ ତାଙ୍କର ଅଭିନୟକୁ ଖୁବ୍‌ ପ୍ରଶଂସା ମିଳିଥିଲା । ପରେ ସେ ‘କ୍ୱିନ୍‌’, ‘ହାଉସଫୁଲ୍‌-୩’ ଭଳି ଫିଲ୍ମରେ ଅଭିନୟ କରି ସଫଳତା ପାଇଥିଲେ ।