କେନ୍ଦ୍ରାପଡା : ସୁରୁଖୁରୁରେ ଘୋଷଯାତ୍ରା ସରିବାପରେ ଏବେ ମବୀମଣ୍ଡଳ ଅଦଳ ବଦଳକୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିବାବେଳେ ଏହାକୁ ନେଇ କେନ୍ଦ୍ରାପଡା ରାଜନୀତି ସରଗରମ ହୋଇଛି । ବିଶେଷକରି ମନ୍ତ୍ରୀବିହୀନ ଥିବା ଏହି ଜିଲ୍ଲାରୁ କିଏ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବ ତାହାକୁ ନେଇ ଛକାପଞ୍ଝା ଓ ଆଲୋଚନା ଜୋର ଧରିଛି । ଚଳିତ ମବୀମଣ୍ଡଳରେ କେନ୍ଦ୍ରାପଡା ମନ୍ତ୍ରୀବିହୀନ ଜିଲ୍ଲା ତାଲିକାରେ ରହିଛି । ଜିଲ୍ଲାରେ ଥିବା ୫ଜଣ ବିଧାୟକଙ୍କ ମଧ୍ୟରୁ ଦୁଇଜଣ ନବାଗତ ଥିବାବେଳେ ଆଉ ତିନିଜଣ ପୂର୍ବତନ ମନ୍ତ୍ରୀ ଅଛନ୍ତି । ତେବେ ମବୀମଣ୍ଡଳ ଅଦଳ ବଦଳ ହେଲେ ନବୀନଙ୍କ ଆସ୍ଥା କାହା ଉପରେ ରହିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମନ୍ତ୍ରୀ ହେବାପାଇଁ ଯେଉଁମାନଙ୍କ ନାମ ଦାବିଦାର ତାଲିକାର ଆଗରେ ରହିଛି ସେମାନଙ୍କ ମଧ୍ୟରେ ଅଛନ୍ତି ତିନିଜଣ ପୂର୍ବତନ ମନ୍ତ୍ରୀ ।
ଆଗରେ ଅଛନ୍ତି ଆଳି ବିଧାୟକ ପ୍ରତାପ ଦେବ । ଚଳିତଥର ସେ ଜିଲ୍ଲାରେ ସର୍ବାଧିକ ଭୋଟ ବ୍ୟବଧାନରେ ଜିଣିଥିବାବେଳେ ତାଙ୍କ ବିଧାନସଭା କ୍ଷେତ୍ରରେ ବିଜେଡି ସାଂସଦ ମଧ୍ୟ ସର୍ବାଧିକ ଭୋଟ ପାଇଛନ୍ତି । ଶ୍ରୀ ଦେବ ପୂର୍ବରୁ ରାଜ୍ୟର ଖାଦ୍ୟ ଯୋଗାଣ ବିଭାଗର ମବୀଭାବେ ସଫଳତାର ସହ କାର୍ଯ୍ୟ କରିଛନ୍ତି । ଏଥି ସହିତ ଦଳର ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତାଙ୍କ ଉପରେ ରହିଥିଲା । ଏପରିକି ମୁଖ୍ୟମନ୍ତ୍ରୀଙ୍କ ଆସ୍ଥାଭାଜନ ହୋଇ ସେ ରାଜ୍ୟସଭାକୁ ବି ଯାଇଥିଲେ । ତେଣୁ ସେ ମନ୍ତ୍ରୀ ହେବାର ସମ୍ଭାବନା ଥିବା ତାଙ୍କ ସମର୍ଥକମାନେ କହୁଛନ୍ତି । କେନ୍ଦ୍ରାପଡା ଆସନରୁ ଜଣିଥିବା ପୂର୍ବତନ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ସମର୍ଥକମାନେ ମଧ୍ୟ ଆଶାବାନ୍ଧି ବସିଛନ୍ତି । ଶ୍ରୀ ବେହେରା ଏକ ସଙ୍ଗରେ ରାଜ୍ୟର ଅର୍ଥ ଓ ଅବକାରୀ ଦାୟିତ୍ୱରେ ଥିବାବେଳେ ମୁଖ୍ୟମବୀଙ୍କର ଆସ୍ଥାଭାଜନ ହୋଇପାରିଥିଲେ । ତାଙ୍କ ନାମରେ ସେଭଳି କୌଣସି ଅଭିଯୋଗ ନଥିବାବେଳେ ପ୍ରଥମଥର ପାଇଁ ସେ ନିଜ ଆସନ ଛାଡି କେନ୍ଦ୍ରାପଡାରୁ ଜିଣିଛନ୍ତି । ତେବେ ତାଙ୍କର ଭୋଟ ବ୍ୟବଧାନ ଯେଭଳି କମ୍ ରହିଥିଲା ସେହିଭଳି ବିଜେଡିର ବିଜୟୀ ସାଂସଦ ମଧ୍ୟ କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରରୁ କମ୍ ଭୋଟ ପାଇଥିଲେ ।
ପୂର୍ବତନ ମନ୍ତ୍ରୀ ତାଲିକାରେ ଅଛନ୍ତି ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ । ପୂର୍ବରୁ ସେ ରାଜ୍ୟରେ ଶକ୍ତି ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି । ତେବେ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଣଣା ସହିତ ପ୍ୟାରିବାବୁଙ୍କ ରାତି ଅଧିଆ କ୍ଷମତା ହାଇଜାକ୍ ଘଟାଣାରେ ସେ ବିବାଦୀୟ ହୋଇପଡିଥିଲେ । ଏହି ତିନି ମନ୍ତ୍ରୀଙ୍କୁ ବାଦ୍ ଦେଲେ ଯେଉଁ ଦୁଇ ନବାଗତଙ୍କ ନାମ ଚର୍ଚ୍ଚାକୁ ଆସିଛି ସେମାନେ ହେଲେ ରାଜନଗର ବିଧାୟକ ଧ୍ରୁବ ସାହୁ ଓ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ । ଏହି ଦୁଇଜଣ ବି ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇପାରନ୍ତି ବୋଲି ତାଙ୍କ ଅନୁଗତମାନେ କହୁଛନ୍ତି । ତେବେ ଦଳ ଓ ଦଳର ସଭାପତିଙ୍କ ପ୍ରତି ଆନୁଗତ୍ୟ, ଜିଲ୍ଲାରେ ଦଳ ପାଇଁ କାର୍ଯ୍ୟ, ଜିଲ୍ଲାବାସୀଙ୍କ ଆସ୍ଥାଭାଜନ ସହିତ ଦଳୀୟ ସାଂସଦଙ୍କୁ ଜିଣାଇବାରେ କାହାର କେତେକ ଅବଦାନ ରହିଛି ତାହାକୁ ଏବେ ତଉଲା ଯାଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି ।
ଏହିସବୁ ମାନଦଣ୍ଡରେ ଯିଏ ଆଗରେ ଆଗରେ ରହିବ ସିଏ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବ ବୋଲି କୁହାଯାଉଥିବାବେଳେ ସମସ୍ତ ବିଧାୟକଙ୍କ ସମର୍ଥକ ନିଜ ନେତାଙ୍କୁ ହେଭିୱେଟ କହି ବୁଲୁଛନ୍ତି । ତେବେ ଶେଷ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେବେ ଓ ତାଙ୍କ ନିଷ୍ପତ୍ତି ଜିଲ୍ଲାପାଇଁ ଶୁଭଙ୍କର ହେବବୋଲି ରାଜନୈତିକ ବିଶ୍ଲେଷକମାନେ ମତ ଦେଉଥିବାବେଳେ ପୂର୍ବତନ ମବୀଙ୍କ ଲବି ଭିତରେ ନବାଗତ ଧ୍ରୁବ ବାଜି ମାରିନେଇ ପାରନ୍ତି ବୋଲି କୁହାଯାଉଛି ।