ଭୁବନେଶ୍ୱର : ଗତକାଲି ଠାରୁ ଆରମ୍ଭ ହୋଇଛି ଷଷ୍ଠ ଘେରା ଗୋଷ୍ଠୀ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମ । ମୁଖ୍ୟତଃ ଭୁବନେଶ୍ୱର ମହାନଗର ନିଗମର ସମସ୍ତ ବସ୍ତି ଅଂଚଳରେ କକରାଯାଉଥିବା ଏହି କର୍ଯ୍ୟକ୍ରମକୁ ବାରଂବାର କରାଇ ଏହାର ସଫଳତା ସ୍ପରୁପ ବସବାସ କରୁଥିବା ନାଗଗରିକମାନଙ୍କ ମଧ୍ୟରେ ସବୁବେଳେ ସଚେତନତା ବାର୍ତା ବାଂଟିବା, ଥରକୁ ଥର ସେମାନଙ୍କ ପାଖକୁଯାଇ ସାଂପ୍ରତିକ ପରିସ୍ଥିତିରେ କୋଭିଡ୍୧୯ କୁ ପ୍ରତିହତ କରିବାର ସୁରକ୍ଷା ଉପାୟ ଆପଣେଇବା ଏବଂ ବସ୍ତି ଅଂଚଳରେ ସ୍ଥିିତିସମୀକ୍ଷା କରିବା ଓ ତଦନୁଯାୟୀ ପଦକ୍ଷେପ ନେବାକୁ ଗୁରୁତ୍ୱ ଦିଆଯାଉଛି । ତେବେ ଏହି ରୋଗ ନିରୀକ୍ଷଣରେ ସମସ୍ତ ଅଙ୍କନବାଡି କର୍ମୀ, ଆଶା କର୍ମୀ, ସ୍ୱାସ୍ଥ୍ୟକର୍ମୀ ଏବଂ ମହିଳା ଆରୋଗ୍ୟ ସମିତିର ସଦସ୍ୟା ମାନେ ରହିଥିବାବେଳେ ପ୍ରତିଦିନ ଘରକୁ ଘର ବୁୁଲି ରୋଗନିରୀକ୍ଷଣ କରାଯାଉଛି । ସଂପୃକ୍ତ ପରିବାରର କିଏ ନୂଆ ସଦସ୍ୟ ଆସିଛନ୍ତି, କେଉଁମାନଙ୍କଠାରେ କୋଭିଡ୍ ଲକ୍ଷଣ ଦେଖାଯାଉଛି ଇତ୍ୟାଦି ଜାଣିବା ଏବଂ ତୁରନ୍ତ ପଦକ୍ଷେପ ନେବାରେ ଏହି ରୋଗ ନିରୀକ୍ଷଣ ସହାୟକ ହେଉଛି ବୋଲି କୁହାଯାଇଛି । ସ୍ଥିତିରେ ଏକ ପ୍ରକାର ସନ୍ତୁଳନ ନ ଆସିବାଯାଏଁ ଏହା ଚାଲୁରଖିବାକୁ ସୂଚାଇଛନ୍ତି କମିଶନର ପ୍ରେମ୍ ଚନ୍ଦ୍ର ଚୌଧାରୀ ।
ସମୁଦାୟ ୪୩୦ ଟି ଦଳ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି ।ବସ୍ତି ଅଂଚଳ ବ୍ୟତିତ ଅନ୍ୟ ଅଂଚଳରେ ଯଦି କୌଣସି ପରିବାରର ଲକ୍ଷଣ ବା ସଂକ୍ରମଣ ସୂଚନା ମିଳେ, ତେବେ ନିକଟରେ ଥିବା ଏହି ଟିମ୍ ସେଠାକୁ ଯାଇ ରୋଗ ନିରୀକ୍ଷଣ କରିଥାନ୍ତି । ଅନ୍ୟ ପକ୍ଷରେ ଯଦି କୌଣସି ଅଂଚଳରୁ ବା ବସ୍ତିରୁ ସଂକ୍ରମିତ ବ୍ୟକ୍ତି ଚିହ୍ନିତ ହେଲେ ତେବେ ସଂପୃକ୍ତ ଅଂଚଳରେ ୧୪ ଦିନ ଧରି ଲଗାତାର ରୋଗନିରୀକ୍ଷଣ ଚାଲୁ ରହିଥାଏ । ଷଷ୍ଠ ଘେରା ଗୋଷ୍ଠୀ ରୋଗ ନିରୀକ୍ଷଣରେ ସମୂଦାୟ ୩,୮୫,୪୭୧ ଜଣଙ୍କର ସର୍ବେକ୍ଷଣ ହୋଇସାରିଥିବାବେଳେ କେବଳ ବସ୍ତି ଅଂଚଳରୁ ୩,୭୩, ୫୯୮ ଙ୍କୁ ଭେଟିଛନ୍ତି ସର୍ଭେ ଟିମ୍ । ମୁଖ୍ୟତଃ ଫେରନ୍ତା ପରିବାର ସଦସ୍ୟ, ଲକ୍ଷଣଯୁକ୍ତ ବ୍ୟକ୍ତିଙ୍କ ଚିହ୍ନଟ ଏବଂ ତୁରନ୍ତ ସେବା ଯୋଗାଣ ନିମନ୍ତେ ଏହା ସହାୟକ ହେଉଛି । ସୂଚନା ଅନୁଯାୟୀ ୨୦୦୯ ବ୍ୟକ୍ତି ନୂଆକରି ଫେରିଥିବାବେଳେ ୩୪, ୮୮୩ ଜଣଙ୍କର ନମୂନା ସଂଗ୍ରହ ଓ ପରୀକ୍ଷଣ ହୋଇଛି ।
ତେବେ ୬୭୨୯ ଜଣ ନିଜପକ୍ଷରୁ ସ୍ୱାସ୍ଥ୍ୟସେବା ଅନୁଷ୍ଠାନକୁ ଯାଇ ଲକ୍ଷଣ ଜନିତ ପରାମର୍ଶ କରିଥିବାର ସୂଚନା ମିଳିବା ପରେ ସେମାନଙ୍କର ମଧ୍ୟ ରୋଗନିରୀକ୍ଷଣ(ପ୍ୟାସିଭ୍ ସର୍ଭେଲାନ୍ସ୍) କରାଯାଇଛି । ଏହାସାଙ୍ଗକୁ ସୂଚନା ଶିକ୍ଷା କାର୍ଯ୍ୟକ୍ରମ ଚାଲୁ ରହିଛି ।