ବିବାହ ପରେ ଜେନେଲିଆ ଡିସୁଜା ତାଙ୍କର ଆକଟିଂ କାରିୟରକୁ ଛାଡିଦେଇଛନ୍ତି । ଆପଣ ମଧ୍ୟ ଜାଣିଥିବେ ରିତେଶଙ୍କ ପିତା ବିଲାସରାଓ ଦେଶମୁଖ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି । ରିତେଶ ଓ ଜେନେଲିଆଙ୍କର ବିବାହ ୨୦୧୨ ରେ ହୋଇଥିଲା । ଏହା ପରେ ସେ ଫିଲ୍ମରେ କାମ କରିବା ଛାଡିଦେଲେ । ଜେନେଲିଆ ଡିସୁଜାଙ୍କୁ ଲୋକମାନେ ବହୁତ ପସନ୍ଦ କରନ୍ତି ।
ସେ ହିନ୍ଦୀ ଫିଲ୍ମ ଛଡା ତେଲୁଗୁ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ଜେନେଲିଆ ଜଣେ ସୁନ୍ଦର ଅଭିନେତ୍ରୀ ଅଟନ୍ତି ।
ଜେନେଲିଆ ତାଙ୍କର ପରିବାରର ଫଟୋ ସୋସିଆଲ ମିଡିଆରେ ସବୁବେଳେ ସେଆର କରିଥାନ୍ତି । ସେଥିପାଇଁ ଲୋକମାନେ ତାଙ୍କୁ ବହୁତ ପସନ୍ଦ କରିଥାନ୍ତି ।