ଭୁବନେଶ୍ୱର : ଆଜିର ବିଶ୍ୱବାସୀ କରୋନା ପ୍ରକୋପରୁ ମୁକ୍ତି ପାଇବାର ଯୁଦ୍ଧ କରୁଥିବାବେଳେ, ସରକାରଙ୍କ ତୃଣମୂଳ ଚିନ୍ତା ଏହାକୁ କିଛି ମାତ୍ରାରେ ଲାଘବ କରିପାରିବ । ରାଜ୍ୟର ସମସ୍ତ ୧୪୪ଟି ସହରାଂଚଳରେ ଷ୍ଟ୍ରିଟ୍ ଭେଣ୍ଡିଙ୍ଗ୍ କରୁଥିବା ବ୍ୟକ୍ତିମାନଙ୍କୁ କ୍ଷୁଦ୍ର ଋଣ ସହାୟତା ପାଇଁ ଏହିି ଯୋଜନା କରାଯାଇଛି ।
ଏହାକୁ ଭୁବନେଶ୍ୱର ମହାନଗର ନିଗମାଂଚଳରେ ସାକାର କରିବା ପାଇଁ ଆଜି ଅତିରିକ୍ତ ଆୟୁକ୍ତ-୧, ସୁରଥ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରଚେଷ୍ଟାରେ କରାଯାଉଥିବା ଏହି ଯୋଜନାରେ ସହରାଂଚଳରେ ପେଟ ପୋଷୁଥିବା ଷ୍ଟ୍ରିଟ୍ ଭେଣ୍ଡରମାନଙ୍କ ପାଇଁ କ୍ଷୁଦ୍ର ଋଣ ସହାୟତାର ବ୍ୟବସ୍ଥା ସ୍ୱରୁପ ସେମାନଙ୍କ ଠାରୁ ଅନ୍ଲାଇନ୍ ଦରଖାସ୍ତ ଆହ୍ୱାନ କରାଯାଇ ଏହାର ସମୀକ୍ଷା କରାଯିବ । ଦଶ ହଜାର ପର୍ଯ୍ୟନ୍ତ ଋଣ ବ୍ୟବସ୍ଥା, ୭% ସୁଧ ହାର ଏବଂ ଋଣର କ୍ୟାସ୍ ବ୍ୟାକ୍ ବ୍ୟବସ୍ଥା ଇତ୍ୟାଦିକୁ ପୁଙ୍ଖାନୁପୁଙ୍ଖ ଜଣାଇବା ପାଇଁ ଆଜି ଏହି ବୈଠକ କରାଯାଇଛି ବୋଲି କହିଛନ୍ତି ଅତିରିକ୍ତ ଆୟୁକ୍ତ ସୁରଥ ମଲ୍ଲିକ୍ ।
ଯଥା ଶୀଘ୍ର ଭୁବନେଶ୍ୱର ମହାନଗର ନିଗମାଂଚଳରେ ସମସ୍ତ ଜୋନ୍ରେ ଏହାକୁ ଆରମ୍ଭ କରିବା ପାଇଁ ସୂଚନା ଶିକ୍ଷା କାର୍ଯ୍ୟକ୍ରମ ଆଗାମୀ ସପ୍ତାହରୁ ଆରମ୍ଭ ହୋଇ ଜୋନ୍ ଅନୁସାରେ ଏହା କିପରି ସମ୍ପୂର୍ଣ୍ଣଭାବେ ହେବ ତାହାର ନକସ୍ା ପ୍ରସ୍ତୁତ ଚାଲିଛି । ତେବେ ସମ୍ପୃକ୍ତ ଜୋନାଲ ଡେପୁଟି କମିଶନରଙ୍କ ଅଧିନରେ ଏହାର ପ୍ରଚାର କରାଯାଇ ଅନ୍ଲାଇନ୍ ମାଧ୍ୟମରେ ମାଧ୍ୟମରେ ଜଣାଯିବ । ଯେପରିକି ଆଗ୍ରହୀ ବ୍ୟବସାୟୀମାନେ ଭଲଭାବରେ ଜାଣି ଏହାର ସଯୋଗ ନେଇପାରିବେ ।
ଏଥିରେ ମୂଖ୍ୟତଃ ଷ୍ଟ୍ରିଟ୍ ଭେଣ୍ଡର୍ମାନଙ୍କୁ ସୁଯୋଗ ଦିଆଯିବ ।
– ବିଏମ୍ସି ଦ୍ୱାରା ପଞ୍ଜିକୃତ ହୋଇଥିବା ଷ୍ଟ୍ରିଟ୍ ଭେଣ୍ଡର ଯେଉଁମାନଙ୍କର ସର୍ଭେରେ ନାମ ରହିଛି ।
– ବିଏମ୍ସି ଦ୍ୱାରା ପଞ୍ଜିକୃତ ହୋଇନଥିବା ଭେଣ୍ଡର ଯେଉଁମାନଙ୍କର ନାମ ପୂର୍ବ ସର୍ଭେରେ ରହି ନାହିଁ କିନ୍ତୁ ବିଏମ୍ସି ଇଲାକାରେ ୨୪ ମାର୍ଚ୍ଚ୍ ୨୦୨୦ ପୂର୍ବରୁ ବ୍ୟବହାର କରୁଛନ୍ତି ।
– ସେମାନଙ୍କର ପରିଚୟ ତଥ୍ୟାବଳୀ ଏବଂ ସ୍ଥିତିକୁ ସମୀକ୍ଷା କରିବ ବିଏମ୍ସି । -ଏଥିପାଇଁ ପଦକ୍ଷେପ ନେବାକୁ ଉପସ୍ଥିତ ଥିବା ଦକ୍ଷିଣ ପୂର୍ବ ଜୋନ୍ ଅଧିକାରୀ ଅଂଶୁମାନ୍ ରଥ, ଉତର ଜୋନ୍ ଅଧିକାରୀ ପ୍ରମୋଦ କୁମାର ପୃଷ୍ଟି ଓ ଦକ୍ଷିଣ ପଶ୍ଚିମ ଜୋନ୍ ଅଧିକାରୀ ରବୀ ନାରାୟଣ ଜେଠୀଙ୍କୁ ପରାମର୍ଶ ଦିଆଯାଇଥିଲା ।
ସହରାଂଚଳ ଜୀବିକା ମିଶନ୍ ଦାୟିତ୍ୱରେ ଥିବା ଡେପୁଟି କମିଶନର ଅଶୋକ କୁମାର ମହାନ୍ତି, ସ୍କିମ୍ର ବିବଧ ତଥ୍ୟ ପ୍ରଦାନ ସାଙ୍ଗକୁ କାର୍ଯ୍ୟାନ୍ୱୟନର ଚିତ୍ର ଦର୍ଶାଇଥିଲେ । ସୂଚନାଯୋଗ୍ୟ କି, ପୂର୍ବରୁ ହୋଇଥିବା ସର୍ଭେରେ ୨୧୦୦୦ରୁ ଉର୍ଦ୍ଧ ଷ୍ଟ୍ରିଟ୍ଭେଣ୍ଡର୍ ରହିଛନ୍ତି ।