Odia News Portal

ସଂଗଠନ ସଜାଡ଼ିିବାରେ ବିଜେଡ଼ିି ଆଗୁଆ

ଭୁବନେଶ୍ୱର : ଘର ସଜାଡିବାରେ ଏବେ ବିଜେଡି ଆଗରେ । ସଂଗଠନକୁ ମଝବୁତ କରିବା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନେତାଙ୍କ ସହିତ ଚାଲିଛି ସିଧାସଳଖ ଆଲୋଚନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂଗଠନକୁ ନୂଆ ରୂପ ଦେଉଥିବାବେଳେ ଦଳର ଯୁବ ଚାଣକ୍ୟ କୁହାଯାଉଥିବା ପ୍ରଣବ ପ୍ରକାଶ ଦାସ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ତୋଫାନୀ ଗସ୍ତ ଆରମ୍ଭ କରିଦେଇଛନ୍ତି । ଏହା ଫଳରେଉଭୟ ବିଜେପି ଓ କଂଗ୍ରେସକୁ ପଛରେ ପକାଇ ବିଜେଡି ଏବେ ସାରା ରାଜ୍ୟରେ ତାହାର ସଂଗଠନକୁ ଅଧିକ ମଝବୁତ କରିବାରେଲାଗିଛି । ପ୍ରଥମେ ଦଳରେ ବରିଷ୍ଠ ଉପସଭାପତି, ଉପସଭାପତି, ବରିଷ୍ଠ ସାଧାରଣ ଓ ସାଧାରଣ ସମ୍ପାଦକ ନିଯୁକ୍ତି ସହିତ ସୋମନଙ୍କୁ ବିଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିଭଳି ୧୮ଜଣ ବରିଷ୍ଠ ମହିଳା ନେତ୍ରୀଙ୍କୁ ୩୦ ଜିଲ୍ଲାରେ ମହିଳା ସଂଗଠନ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ତାଲିକାରେ ସାଂସଦଙ୍କ ଠାରୁ ଆରମ୍ଭକରି ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ରାଜନେତାମାନେ ରହିଥିବାରୁ ଏମାନେ ସଂଗଠନକୁ ଅଧିକ ମଝବୁତ କରିପାରିବେ । ବିଶେଷକରି ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଆସୁଥିାବରୁ ଦଳକୁ ଅଧିକ ସଂଗଠନ କରିବାକୁ ପଡିବ ବୋଲି ଦଳ ଆଶା ରଖିଛି ।

ଅନ୍ୟପକ୍ଷରେ ଭର୍ଚୁଆଲ ରାଲି ଜରିଆରେ ଲୋକଙ୍କ ନିକଟତର ହେବାପାଇଁ ଉଦ୍ୟମ ଚଳାଇ ରଖିଥିବା ରାଜ୍ୟର ମୁଖ୍ୟ ବିରୋଧିଦଳ ବିଜେପି ଯଦିଓ ସଂଗଠନ ସଜାଡିବାରେ ଲାଗିଛି । କିନ୍ତୁ ବିଜେଡି ତୁଳନାରେ ଢେର ପଛରେ ପଡିଛି । କାରଣ ଦଳରଉପର ସ୍ତରର ନେତା ଓ କର୍ମୀଙ୍କ ମଧ୍ୟରେ ତାଳମେଳ ରହିପାରୁ ନାହିଁ । ବିରୋଧିଦଳ ଭାବେ ବିଜେପି ଯେଭଳି ଦାୟିତ୍ୱ ନିଲାଇବା କଥା ତାହା କରିପାରୁ ନଥିବାରୁ କର୍ମୀମାନେ ବି ତଳ ସ୍ତରରେ ଦୋଦୂଲ୍ୟମାନ ସ୍ଥିତିରେ ରହୁଛନ୍ତି । ତେଣୁ ଅନେକ ଏବେ ବିଜେପି ଛାଡିବାକୁ ପସନ୍ଦ କରୁଥିବା ଲକ୍ଷ୍ୟ କରାଯାଉଛି ।
ରାଜ୍ୟରେ ଏବେ ସକ୍ରିୟ ହୋଇ ଉଠିଥିବା କଂଗ୍ରେସର ସଂଗଠନ ରାଜଧାନ ପରିସୀମା ଡେଇଁପାରୁ ନାହିଁ । ଖୋଦ ଦଳର
ସଂଗଠନ ସଭାପତି ବଦଳିବା ନେଇ ବାରମ୍ବାର ଚର୍ଚ୍ଚା ହେବା ଫଳରେ କର୍ମୀମାନେ ବୀତସ୍ପୃହ ହୋଇପଡିଲେଣି ।

ଯୁବ କଂଗ୍ରେସ ସଭାପତି ନିଯୁକ୍ତ ହେଉ ହେଉ କଂଗ୍ରେସ ଭବନରେ ତାଙ୍କୁ ଯେଭଳି ବିରୋଧ ହେଲା ତାହା ଦଳ ଭିତରେ ଥିବା ଅନ୍ତଃକନ୍ଦଳକୁ ପଦାରେ ପକାଇ ଦେଲା । ଏବେ ବି ଦଳରେ ନିରଞ୍ଜନ ହଟାଓ ଅଭିଯାନ ଜାରି ରହିଛି । ତେଣୁ ଅନ୍ୟ ଶାଖା ଗୁଡିକକଥା ଚିନ୍ତା କରିବାକୁ କାହାର ବେଳ ନାହିାଁ କେବଳ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ବିରୁଦ୍ଧରେ ଭିଡିଓ ଟିଏ ଜାରି କରିଦେଇ ଦଳୀୟ ନେତାମାନେ ଦାୟିତ୍ୱ ସାରି ଦେଉଛନ୍ତି । ତଳସ୍ତରରେ କଂଗ୍ରେସ ଏକ ପ୍ରକାର ମାଟି ହୋଇଗଲାଣି ବୋଲି ଖୋଦ ଦଳୀୟ ନେତାମାନେ ମତ ଦେଉଛନ୍ତି । ଗତ କିଛିଦିନ ଧରି ବିଜେଡିର ସାଂଗଠନିକ ଦବ୍‍ଦମା ଯୋଗୁଁ ବାମପନ୍ଥୀଙ୍କ ସମେତ ଅନ୍ୟାନ୍ୟ ଆଞ୍ଚଳିକ ଓ ଜାତୀୟ ଦଳ ଓଡିଶାରେ ଉଧେଇ ପାରୁନାହାନ୍ତି । ତେଣୁ ଏଭଳି ସ୍ଥିତିରେ ବିଜେଡିକୁ ଅଧିକ ମଝବୁତ କରିବାପାଇଁ ଯେଉଁ ମଉକା ରହିଛି ଦଳୀୟ ନେତାମାନେ ତାହାର ବେଶ୍‍ ସଦୁପଯୋଗ କରୁଥିବା ଦେଖିବାକୁ ମିଳୁଛି ।