କରୋନା ମହାମାରୀ ଯୋଗୁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ଚାରିଆଡ଼େ ଭୟ ଓ ଚିନ୍ତାର ବାତାବରଣ ଦେଖିବାକୁ ମିଳିଛି। ଏହି ସଙ୍କଟ ସମୟରେ ବଲିଉଡ ଅଭିନେତା ସୋନୁ ସୁଦ୍ ଅସହାୟଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ସେ କରୋନା ମହାମାରୀ ମଧ୍ୟରେ ଶତାଧିକ ପ୍ରବାସୀ ଶ୍ରମିକଙ୍କୁ ତାଙ୍କ ଘରେ ପହଞ୍ଚାଇଛନ୍ତି। କେବଳ ଏତିକି ନୁହେଁ ଏବେ ସୋନୁ ମୁମ୍ବାଇ ପୋଲିସକୁ ୨୫ ହଜାର ଫେସ୍ ସିଲ୍ଡ ମଧ୍ୟ ଦାନ କରିଛନ୍ତି। ମହାରାଷ୍ଟ୍ର ସରକାରଙ୍କ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଟ୍ଵିଟରରେ ଏନେଇ ସୂଚନା ଦେଇ ସୋନୁଙ୍କୁ ଧନ୍ୟବାଦ ଦେଇଛନ୍ତି।
ଅନୀଲ ସୋନୁ ସୁଦ୍ଙ୍କ ସହ ଫଟୋ ସେୟାର କରି କ୍ୟାପସନ୍ରେ ଲେଖିଛନ୍ତି ‘ମୁଁ ସୋନୁ ସୁଦ୍ ଜୀଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯିଏ ଆମ ପୋଲିସ କର୍ମୀଙ୍କ ପାଇଁ ୨୫ ହଜାର ଫେସ୍ ସିଲ୍ଡ ଦେବା ଭଳି ଉତ୍ତମ କାର୍ଯ୍ୟ କରିଛନ୍ତି’। ଏହାର ଉତ୍ତରରେ ସୋନୁ ସୁଦ୍ ଲେଖିଛନ୍ତି ‘ଆପଣଙ୍କ ବିନମ୍ର ଶବ୍ଦରେ ସମ୍ମାନିତକୁ ଅନୁଭବ କରୁଛି। ମୋ ପୋଲିସ ଭାଇ ଓ ଭଉଣୀ ପ୍ରକୃତ ହିରୋ। ତାଙ୍କ ପ୍ରଶଂସନୀୟ କାର୍ଯ୍ୟ ବଦଳରେ କମ୍ସେ କମ୍ ଏତିକି କରିପାରିବି। ଜୟ ହିନ୍ଦ।’
ସୂଚନାଯୋଗ୍ୟ ଯେ ଲକ୍ଡାଉନ୍ ବେଳେ ସୋନୁ ସୁଦ୍ ଶହ ଶହ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଶ୍ରମିକଙ୍କୁ ବସ୍, ଟ୍ରେନ୍ ଓ ବିମାନ ଯୋଗେ ନିଜ ନିଜ ଘରକୁ ପଠାଇଥିଲେ। ସେ ସୋସିଆଲ ମିଡିଆରେ ନିଜ ଟିମ୍ର ନମ୍ବର ମଧ୍ୟ ସେୟାର କରିଥିଲେ। ଏହି ନମ୍ବରରେ ଲୋକମାନେ ସାହାଯ୍ୟ ମାଗୁଥିଲେ।