Odia News Portal

ଯୁବ ସଂଖ୍ୟାଲଘୁ ସେଲ ତରଫରୁ ପ୍ରଣବଙ୍କ ଜନ୍ମଦିନ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଧର୍ମଶାଳା () ଆଜି ଯୁବ ସଂଖ୍ୟାଲଘୁ ସେଲ ବିଜୁ ଜନତା ଦଳ ତରଫରୁ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ଜନ୍ମଦିନ ପାଳନ ଉପଲକ୍ଷେ କେନ୍ଦ୍ରାପଡ଼ା ସହର ମାଧାପୁର ନିକଟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସୁନ୍ଦର ପୃଥିବୀ ପରିବେଶ କେବଳ ମନୁଷ୍ୟ ପାଇଁ ନୁହେଁ ବରଂ ସମସ୍ତ ଜୀବଜନ୍ତୁ ବୃକ୍ଷ ଲତାଙ୍କ ପାଇଁ ମଧ୍ୟ ଆବଶ୍ୟକ । ଜଙ୍ଗଲକ୍ଷୟ ଓ ଜୈବ ବିବିଧତା ହ୍ରାସ, ପରିବେଶ ପ୍ରଦୂଷଣ ଓ ବିଶ୍ୱ ତାପାୟନ ଓ ଜଳବାୟୁ ପରିବର୍ତ୍ତନ ଫଳରେ ମାନବ ସମାଜ ଧୀରେ ଧୀରେ ବିପଦ ମଧ୍ୟକୁ ଟାଣି ହେଇଯାଉଛି । ଏଣୁ ଏହି ସୁନ୍ଦର ପରିବେଶକୁ ସୁସ୍ଥ ରଖିବାର ଏକ ଛୋଟିଆ ପ୍ରୟାସ ଵୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ।
ସଭାପତି ମହମ୍ମଦ ଆମିର ନୈତୃତ୍ବ ଏହି କାର୍ଯ୍ୟ ଅନୁଷ୍ଠିିତ ହୋଇଥିିଲା । ଏହାସହ ଅବରାର ଖାନ, ଅବଦୁଲ ମଟିନ,କୃଷ୍ନ ଚନ୍ଦ୍ର ବେହେରା, ଅଜାରୁୁୁଦିନ ଖାନ, ଏସକେ ଉମରାନ,  ଏସକେ ଏହେସାନ, ରିିଆଯାତ ଖାନ, ନଇମ ଖାନ, ଏସକେ କାମରୁୁଲ ଆଦି ଉପସ୍ଥିତ ଥିଲେ ।