Odia News Portal

ଏଣିକି ଅଧ ଘଂଟାରେ ହେବ କରୋନା ଟେଷ୍ଟିଂ

ନୂଆଦିଲ୍ଲୀ()   କରୋନା ଟେଷ୍ଟିଂ ପାଇଁ ବହୁ ସମୟ ଲାଗୁଛି  । ଫଳରେ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ଜାଣିବାକୁ ଗୋଟିଏ ଦିନ ବି ଅପେକ୍ଷା କରିବାକୁ ପଡ଼ୁଛି  । କିନ୍ତୁ ଖୁବଶୀଘ୍ର ଟେଷ୍ଟିଂ କରିବା ପାଇଁ ଭାରତ ଓ ଇସ୍ରାଏଲ ଉଦ୍ୟମ ଆରମ୍ଭ କରିଛନ୍ତି  । ଅଧଘଂଟା ଭିତରେ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ କି ନୁହେଁ ତାହା ଜାଣିହେବ  । ଇସ୍ରାଏଲ ଏଥିପାଇଁ ବୈଷୟିକ ସହଯୋଗ କରିବ  । ଦିଲ୍ଲୀ ଏମସରେ ଇସ୍ରାଏଲର ବୈଜ୍ଞାନିକମାନେ ଆସି ଏହି ପରୀକ୍ଷା ନୀରିକ୍ଷା କରିବେ  ।

ଆସନ୍ତା ସପ୍ତାହରେ ଇସ୍ରାଏଲରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ବୈଜ୍ଞାନିକ ଓ ବୈଷୟିକ ବିଶେଷଜ୍ଞମାନେ ଭାରତ ଆସିବେ  । ଏମସରେ ଦୁଇ ଦିନ ଧରି ପରୀକ୍ଷା କରାଯିବ  । ପ୍ରଥମେ ପ୍ରାୟ ୪ରୁ ୫ ହଜାର କିଟ ଦ୍ୱାରା ପରୀକ୍ଷା ହେବବୋଲି ଜାଣିବାକୁ ମିଳିଛି  । ପଲିଆନୋ ଏସିଡ଼ ମାଧ୍ୟମରେ ଏହି ପରୀକ୍ଷଣ ହେବ  । ଇସ୍ରାଏଲରେ ଏହାର ସଫଳତା ମିଳିସାରିଛି  । ଘରେ ବାଓକେମିକାଲ ଟେଷ୍ଟ କରି କମ ଖର୍ଚ୍ଚରେ ଏହି ପରୀକ୍ଷା ହୋଇପାରିବ  ।