Odia News Portal

ବବିଙ୍କ ଅପ୍‌କମିଙ୍ଗ ୱେବସିରିଜ୍‌ ‘ଆଶ୍ରମ’ର ଫାଷ୍ଟ ଲୁକ୍‌ ରିଲିଜ

ମୁମ୍ବାଇ : ବଲିଉଡ୍‌ ଅଭିନେତା ବବି ଦେଓଲଙ୍କ ଅପ୍‌କମିଙ୍ଗ ୱେବ୍‌ସିରିଜ୍‌ ‘ଆଶ୍ରମ’ର ଫାଷ୍ଟ ଲୁକ୍‌ ଜାରି ହୋଇଛି । ଏ ସଂପର୍କରେ ଏକ କ୍ଷୁଦ୍ର ଭିଡିଓକୁ ନିଜେ ବବି ତାଙ୍କର ସମସ୍ତ ସୋସିଆଲ ମିଡିଆ ହ୍ୟାଣ୍ଡଲରେ ସେୟାର କରିଛନ୍ତି । କ୍ୟାପ୍‌ସନରେ ଲେଖିଛନ୍ତି, ‘ଆଶ୍ରମ’ର ଫାଷ୍ଟ ଲୁକ୍‌ । ମୁଁ ଆପଣମାନଙ୍କ ସହ ଅଗଷ୍ଟ ୨୮ରେ ଏହାକୁ ଦେଖିବା ଲାଗି ଅପେକ୍ଷା କରିଛି ।’ ଭିଡିଓରେ ବବି ସାଧୁ ବେଶ ଧାରଣ କରିଛନ୍ତି ।

ସେ ଏକ ଅଫ୍‌ ହ୍ୱାଇଟ୍‌ ରଙ୍ଗର କୁର୍ତ୍ତା ପିନ୍ଧିଥିବାବେଳେ ଏକ ଷ୍ଟୋଲ ପକାଇଛନ୍ତି । ମଥାରେ ଟୀକା ସହ ତାଙ୍କୁ ଦାଢ଼ି ବଢ଼ାଇଥିବାର ଦେଖିବାକୁ ମିଳୁଛି । ସେ ଏକ ଅଗ୍ନିକୁଣ୍ଡ ପାଖରେ ବସି ପ୍ରାର୍ଥନା କରୁଛନ୍ତି । ଏମ୍‌ଏକ୍ସ ପ୍ଲେୟରରେ ସିରିଜ୍‌ଟି ରିଲିଜ୍‌ ହେବ । ନିର୍ଦ୍ଦେଶକ ପ୍ରକାଶ ଝା ଏହାକୁ ନିର୍ମାଣ କରୁଛନ୍ତି । ‘ଆଶ୍ରମ’ରେ ବବିଙ୍କ ବ୍ୟତୀତ ଦର୍ଶନ କୁମାର, ଅଧ୍ୟୟନ ସୁମନଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ।