Odia News Portal

ପଛୁଆବର୍ଗ ଛାତ୍ରଛାତ୍ରୀଙ୍କ ଲାଗି ୪ଟି କର୍ମଶାଳା

ଭୁବନେଶ୍ୱର() ଜୁଲାଇ ୨୯ ତାରିଖରେ କେନ୍ଦ୍ର ସରକାର ଜାତୀୟ ଶିକ୍ଷାନୀତି -୨୦୨୦ ଘୋଷଣା କରିଛନ୍ତି । ଓଡିଶାର ସ୍ୱାର୍ଥ ଦୃଷ୍ଟିରୁ ଘୋଷିତ ନୂତନ ଶିକ୍ଷାନୀତି ସମ୍ପର୍କରେ ବ୍ୟାପକ ଆଲୋଚନା ଓ ପର୍ଯ୍ୟାଲୋଚନାର ଆବଶ୍ୟକତା ଅନୂଭବ କରି ବିଜୁ ଜନତା ଦଳର କଳା, ସଂସ୍କୃତି ଓ ମାନବ ସମ୍ବଳ ବିଭାଗ ବିଭିନ୍ନ କାର୍ଯ୍ୟକ୍ରମର ଯୋଜନା କରିଛି । ଓଡିଶାର ଭୌଗଳିକ ସ୍ଥିତି, ଅନୁସୂଚିତ ଜାତି ଓ ଜନଜାତି ତଥା ପଛୁଆବର୍ଗର ଛାତ୍ରଛାତ୍ରୀଙ୍କ ଅନୂପାତକୁ ଦୃଷ୍ଟିରେ ରଖି ସବୁ ବର୍ଗର ସତ୍ୱାଧିକାରୀଙ୍କ ସହିତ ପରାମର୍ଶ ଓ ଆଲୋଚନା କରିବା ପାଇଁ ଆସନ୍ତା ଅଗଷ୍ଟ ୮ରୁ ୧୬ ତାରିଖ ଦୁଇଦିନ ଧରି ୪ ଗୋଟି କର୍ମଶାଳା ଆୟୋଜନ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । କରୋନା କଟକଣା ଯୋଗୁଁ ଏହି କର୍ମଶାଳାରେ ଓଡିଶାର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଟାନର କର୍ମକର୍ତ୍ତା, ଶିକ୍ଷକ ସଂଗଠନ , ଶିକ୍ଷାବିତ, ବୁଦ୍ଧିଜୀବୀ, ଛାତ୍ରଛାତ୍ରା ଓ ଅଭିଭାବକମାନଙ୍କୁ ଆମନ୍ତ୍ରଣ କରାଯାଇ ନୂତନ ଶିକ୍ଷାନୀତି ସମ୍ପର୍କରେ ଆଲୋଚନା କରାଯିବ ।

 

ଅଗଷ୍ଟ ୮ ତାରିଖ ଦିନ ଦୁଇଟି ଓ ଅଗଷ୍ଟ ୧୬ ତାରିଖ ଦିନ ଦୁଇଟି କର୍ମଶାଳା ଅନୁଷ୍ଠିତ ହେବ । ପ୍ରଥମ କର୍ମଶାଳା ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧ ଘଟିକା ପର୍ଯ୍ୟନ୍ତ ଓ ଦ୍ୱିତୀୟ କର୍ମଶାଳା ଅପରାହ୍ନ ୩ ଘଟିକା ଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅନୁଷ୍ଟିତ ହେବ । ଉକ୍ତ ୱବିନାରଗୁଡିକୁ ବିଜୁ ଜନତା ଦଳର ଉପସଭାପତି ମୌମ୍ୟରଞ୍ଜନ ପଟ୍ଟନାୟକ, ବରିଷ୍ଠ ସାଧାରଣ ସମ୍ପାଦକ ଅରୁଣ କୁମାର ସାହୁ, ସାଧାରଣ ସମ୍ପଦକ ରୋହିତ ପୂଜାରୀ, ପୂର୍ବତନ ବିଧାୟକ ପି୍ରୟଦର୍ଶୀ ମିଶ୍ର, ଜନ୍ମେଜୟ ଲେଙ୍କା, ସତ୍ୟବ୍ରତ ପାତ୍ର ଏବଂ ସାରଦା ପ୍ରସାଦ ଜେନା ପ୍ରମୂଖ ସଂଯୋଜନ କରିବେ ବୋଲି ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଜନ୍ମେଜୟ ଲେଙ୍କା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।