Odia News Portal

ରାଜ୍ୟର ସବୁ କୋଭିଡ ହସ୍ପିଟାଲର ଅଗ୍ନି ନିରାପତ୍ତା ସମ୍ପର୍କରେ ଯାଞ୍ଚ କରାଯିବ

ଭୁବନେଶ୍ୱର() ରାଜ୍ୟର ସବୁ କୋଭିଡ ହସ୍ପିଟାଲର ଅଗ୍ନି ନିରାପତ୍ତା ସମ୍ପର୍କରେ ଯାଞ୍ଚ କରାଯିବ ।  ଯାଞ୍ଚ ନେଇ ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ଟ୍ୱିଟ ଯୋଗେ ସୂଚନା  ଦେଇଛନ୍ତି ।

ତାଙ୍କ ସୂଚନା ଅନୁଯାୟୀ ଅଗ୍ନି ନିରାପତ୍ତା ଯାଞ୍ଚ କରିବାକୁ ଏଏଫଓ ଏବଂ ଡିଏଫଓମାନଙ୍କୁ କୁହାଯାଇଛି ।  ସେମାନେ ଯାଞ୍ଚ କରି କିଛି ଅସୁବିଧା ଥିଲେ ପରାମର୍ଶ ଦେବେ ବୋଲି ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଗୁଜୁରାଟର ଅହମ୍ମଦାବାଦସ୍ଥିତ ଏକ କୋଭିଡ ହସ୍ପିଟାଲରେ ୪୯ ଜଣ ରୋଗୀ ଚିକିତ୍ସିତ ହେଉଥିଲେ। ଆଜି ଭୋର ସମୟରେ ହଠାତ ଆଇସିୟୁରେ ନିଆଁ ଲାଗିଯାଇଥିଲା। ପରେ ଏହା ପୂରା ହସ୍ପିଟାଲକୁ ବ୍ୟାପିଯାଇଥିଲା। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୪୧ ଜଣଙ୍କୁ ଉଦ୍ଧାର କରିଥିଲା। ଅନ୍ୟ ୮ ରୋଗୀ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିଲେ।